୫୩ ନମ୍ବର ଜାତୀୟରାଜପଥର ନିମ୍ନ ମାନର କାର୍ଯ୍ୟ ,ଅସରାଏ ବର୍ଷାରେ ଦବିଲା ରାସ୍ତା

Spread the love

ଚଣ୍ଡିଖୋଲ,୦୨,୦୭ (ସନ୍ଧାନ ନିୟୁଜ)- ଚଣ୍ଡିଖୋଲ ଡ଼ୁବୁରୀ ୫୩ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଏବେ ଚାଲୁଅଛି ମାତ୍ର ଏହି ରାସ୍ତାରେ ନିମ୍ନ ମାନର କାର୍ଯ୍ୟ ଯୋଗୁ ଅସରାଏ ବର୍ଷାରେ ରାସ୍ତା ଦବି ଯାଇଥିବା ଦେଖିବାକୁ ମିଳିଛି.ଏହି ଜାତୀୟରାଜପଥର ଚଣ୍ଡିଖୋଲରୁ ୧କିମି ପରେ କୋଣାର୍କ ହୋଟେଲ ନିକଟରେ ଥିବା ଏକ ପୋଲକୁ ସଂଯୋଗ କରୁଥିବା ରାସ୍ତାର କିଛି ଅଂଶ ଦବିଯାଇଥିବା ଦେଖିବାକୁ ମିଳିଛି.ଏଠାରେ ବରୁଣେଇ ପାହାଡ଼ରୁ ଆସୁଥିବା ବର୍ଷାଜଳକୁ ନିଷ୍କାସନ କରିବାପାଇଁ ଏକ ଛୋଟ ପୋଲ ନିର୍ମାଣ କରାଯାଇଛି.କାର୍ଯ୍ୟ ସମୟରେ ମାଟିକୁ ବାଲି ଦ୍ୱାରା ସଠିକ ଭାବରେ ଫିଲିଙ୍ଗ ଓ ରୋଲିଙ୍ଗ କରାଯାଇନଥିବାରୁ ପିଚୁ ଦବି ଯାଇଥିବା ଆଲୋଚନା ହେଉଛି.ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଭାରୀଯାନ ଚଳପ୍ରଚଳ କରୁଥିବାରୁ ଦବିଥିବା ଅଂଶ ବଢିବଢି ଏବେ ରାସ୍ତାର ମଧ୍ୟ ଭାଗକୁ ଆସିଲାଣି.ଯଦି ଏହାର ତୁରନ୍ତ ମରାମତି କରାନଯାଏ ତେବେ ଏହି ରାସ୍ତାଟି କେତେବେଳେ ସମ୍ପୂର୍ଣ ଭାବେ ଦବିଯିବ ତାହାକୁ ନେଇ ସାଧାରଣରେ ଆଶଙ୍କା ଦେଖାଦେଇଛି.ରାସ୍ତା କାର୍ଯ୍ୟ ସମ୍ପୂର୍ଣ ନହେଉଣୁ ଏପରି ନିମ୍ନ ମାନର କାର୍ଯ୍ୟକୁ ଉଚ୍ଚ କର୍ତ୍ୟୁପକ୍ଷ ତଦନ୍ତ କରି ଏଥିରେ ସମ୍ପୃକ୍ତ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦବି ହେଉଅଛି.

Related Posts

About The Author

Add Comment