ଯାଜପୁର ସଦର,୨୪/୧୧ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ନିକଟସ୍ଥ କଳିଙ୍ଗନଗର ଥାନା ଅନ୍ତର୍ଗତ ୪ଟି ମନ୍ଦିରରୁ ଗତକାଲି ଦୃବୁର୍ତ୍ତମାନେ ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିବା ଘଟଣା ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ଲୁଟେରା ମାନେ ମାକାଳୀ, ମହାଦେବ, ମହାବୀର ଏବଂ ଶନି ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ ହେବ ସୁନା ଏବଂ ରୁପା ଅଳଙ୍କାର ଏବଂ ହୁଣ୍ଟିବାସ୍କ ଭାଙ୍ଗି ସମସ୍ତ ଟଙ୍କା ଲୁଟି ନେଇଥିବା ଜଣାଯାଇଚି । ଏହି ଘଟଣାକୁ ନେଇ କଳିଙ୍ଗନଗର ଥାନାରେ ୪ଟି ମାମଲା ରୁଜୁ ହୋଇଛି । କଳିଙ୍ଗନଗର ପୋଲିସ ପକ୍ôଷୁ ତଦନ୍ତ କରାଯାଉଚି । ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରାଯାଉଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ଗତକାଲି ମହାଦେବଙ୍କ ମନ୍ଦିର ମଧ୍ୟରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ସତ୍ୟସାଇ ବାବାଙ୍କ କାର୍ଯ୍ୟକ୍ରମ କରାଯାଉଥିବାରୁ ଲୋକ ଗହଳି ଲାଗିରହିଥିଲା । ଯାହାକି ଏ ଅଞ୍ଚଳରେ ଚୋରୀ ଘଟଣାକୁ ନେଇ ଚହଳ ପକାଇଚି । ବିଳମ୍ବିତ ରାତିରେ ଲୁଟେରାମାନେ ଦରଜା ତାଲା ଭାଙ୍ଗି ମାଙ୍କ ବେକରା ଲାଗିଥିବା ୮ ଗ୍ରାମ ଓଜନର ସୁନା ଚେନ, ୪ ଗ୍ରାମ ଓଜନର ସୁନା କାନଫୁଲ, ୬ ଗ୍ରାମ ଓଜନର ଦୁଇଟି ସୁନା ଆଖି, ୩ ଗ୍ରାମ ଓଜନର ସୁନା ଆଖିପତା, ୩ ଗ୍ରାମ ଓଜନର ୨ଟି ସୁନା ଚିତା, ୨ ଗ୍ରାମ ଓଜନର ଦୁଇଟି ସୁନା ଆଖି, ରୁପା ମୁକୁଟ, ଶଙ୍ଖଥାଳି ମନ୍ଦିରରେ ଥିବା ସମସ୍ତ ସାମଗ୍ରୀ ଦୃବୁର୍ତ୍ତମାନେ ଲୁଟି ନେଇଥିବା ଜଣାଯାଇଚି । କାଳି ମନ୍ଦିର ପୂଜକ ଘର ବାହାର ପଟୁ ତାଲା ଲଗାଇ ଏହି ଦୃବୁର୍ତ୍ତମାନେ ଲୁଟ କରିଛନ୍ତି । ପୂଜାକ ଉଠିପଡ଼ିବାରୁ କବାଟ ଖୋଲିବାକୁ ଚେଷ୍ଟା କରି ପାଟି କରିବାରୁ ଲୋକମାନେ ଘଟଣା ସ୍ଥଳରେ ପହଁଞ୍ôଚଥିଲେ । ଏନେଇ ଚୋରୀ ସମ୍ପର୍କରେ କଳିଙ୍ଗନଗର ଥାନାକୁ ଗ୍ରାମବାସୀମାନେ ଖବର ଦେଇଥିଲେ । ମହବୀର ପରିଚାଳନା କମିଟି ସଭାପତି ପ୍ରଶାନ୍ତ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶନିମନ୍ଦିର ପରିଚାଳନା କମିଟିର ସତ୍ୟ ନାରାୟଣ ସାହୁ ଥାନାରେ ଅଭିଯୋଗ କରିଛନ୍ତି । ମହାଦେବ ମନ୍ଦିର ପରିଚାଳାନ କମିଟିର ହୁଣ୍ଟିବାକ୍ସ ଭଙ୍ଗାଯାଇଥିବା ଘଟଣାକୁ ନେଇ ଅଭିଯୋଗ କରାଯାଇଚି । ଏନେଇ କଳିଙ୍ଗନଗର ଥାନା ଅଧିକାରୀ ଦୃବୁର୍ତ୍ତ ମାନଙ୍କ ଉପରେ କଡ଼ା ନଜର ରଖିଚି । ଯାହାକି ଏଥିରେ କିଛି ସ୍ଥାନୀୟ ଯୁବକଙ୍କ ହାତ ରହିଥିବା ଅନୁମାନ କରାଯାଉଚି । କଳିଙ୍ଗନଗର ଥାନା ପକ୍ଷରୁ ତଦନ୍ତ ଜାରି ରହିଚି ।
୫ଲକ୍ଷ ଟଙ୍କାର ସୁନା ଏବଂ ରୁପା ଅଳଙ୍କାର ଲୁଟିନେଲେ ଦୃବୁର୍ତ୍ତ
|
November 24, 2021 |
