୫’ଟି ଗଲାଣି ଚୁଲିକି:ରାହାଡ଼ପୁରରେ ପ୍ରଶାସନ ମାଫିଆଙ୍କ ସଲାସୁତରାରେ ଚଲିଛି ବେଆଇନ ପାହାଡ

Spread the love

ଗଡ଼ମଧୁପୁର ୧୮/୨/୨୦ (ସନ୍ଧାନ ନିଉଜ) : ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡପୁର କଳାପଥର ଖାଦାନ ଗୁଡିକ ଏବେ ସମ୍ପୁର୍ଣ୍ଣ ଭାବରେ ପଥର ମାଫିଆଙ୍କ କବ୍ଚାକୁ ଚାଲିଯାଇଛି । ଏହି ପାହାଡର ୯ନଂ ଓ ୩ନଂ ସୈରାତ ଲିଜ ହୋଇନାହିଁ । ଏହି ସୈରାତରେ ରାହାଡପୁର ପାହାଡର ସର୍ବାଧିକ ଖାଦାନ ରହିଛି । ବେଆଇନ ଭାବରେ ଚୋରାରେ ଅନେକ ଦିନଧରି ଖାଦାନ ଗୁଡିକ ଚାଲୁଥିବାର ଖବର ପାଇ ଜିଲା ପ୍ରଶାସନ ଏହି ଖାଦାନ ଗୁଡିକରୁ ଚୋରି ରୋକିବାକୁ ଜେସିବି ମେସିନରେ ରାସ୍ତା ସହ ବିଛିନ୍ନ କରିଥିଲେ । ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତସିଲଦାର ଦେବି ପ୍ରସାଦ ମହାନ୍ତି, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସଦଳବଳ ଦୁଇଚାରି ଜଣ ରାଜସ୍ୱ ନିରିକ୍ଷକଙ୍କ ସହିତ ଏହି ଖାଦାନ ଅଂଚଳକୁ ସିଲ କରିବା ସହିତ ଏଠାରେ ଧାରା ୧୪୪ର ପ୍ରୟୋଗ କରି ସବୁଦିନ ପାଇଁ ଯେପରି ମାଫିଆ ପ୍ରବେଶ କରିବେ ନାହିଁ ସେ ପରି ବ୍ୟବସ୍ତା କରି ଖାଦାନ ରାସ୍ତାକୁ ଟ୍ରେଞ୍ଜ ଖୋଳି ଦେଇ କର୍ତ୍ତବ୍ୟ ସାରି ଦେଇଥିଲେ । ୫ଟିର ବ୍ୟବସ୍ତାକୁ ପଛକୁ ପକାଇ ମାଫିଆ ଓ ପ୍ରଶାସନର ସଲାସୁତରାରେ କିଛି ଦିନର ନିରବତାକୁ ଭଙ୍ଗକରି ପଥର ମାଫିଆ ଏବେ ପ୍ରଶାସନର ବନ୍ଦ ରାସ୍ତାକୁ ଖୋଲି ଦେଇଛନ୍ତି । ଏହି ରାସ୍ତାରେ ଦୈନିକ ଶହେ ହାଇୱାର ମାଲ ଚୋରାରେ ପରିବହନ ହେଉଛି । ଏହି ଚୋରା ପଥରକୁ ବାହାରକୁ ନଆଣି ପହାଡ ପାଶ୍ୱର୍ରେ ଯାଇଥିବା ରାସ୍ତାରେ ଖାତ ଖୋଳା ଯାଇଥିବାରୁ ତାର ପାଶ୍ୱର୍ରେ ବାଇପାସ ରାସ୍ତା କରି ନିକଟସ୍ଥ ସମ୍ପାରୁ, ତୁରଙ୍ଗ ସାହାସପୁର ଗାଁ ମୁଣ୍ଡରେ ଥିବା ଏକ କ୍ରସରରେ ଯୋଗାଇ ଦିଆଯାଉଛି । ପାଇକରାପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଛାତି ଉପରେ ଏହି ହାଇୱା ଗୁଡିକ ଯାତାୟତ କରୁଥିବାରୁ ଏହା ଖୁବ ଶିଘ୍ର ପୋତି ହୋଇ ପଡିବ ବୋଲି ଲୋକମାନେ ପୁର୍ବରୁ ଅନେକ ବାର ଦର୍ଶାଇଛନ୍ତି । ନିକଟରେ ପଥର ଚୋରିର ସ୍ଥିତି ପରଖିବାକୁ ଅସିଥିବା ରାଜସ୍ୱ ଉପ ସଚିବ ତାଙ୍କ ତଦନ୍ତ ସମୟରେ ଯାହା ସନେ୍ଦହ କରି କହିଥିଲେ ତାହା ସତରେ ପରିଣତ ହୋଇଛି । ଖାତ ଗୁଡିକୁ ପୋତିବା ସହିତ ଖାଦାନ ମୁହଁରେ ରଖାଯାଇଥିବା ପଥର କଢା ଯାଉଛି ଓ ପରବର୍ତ୍ତୀ ସମୟରେ ପୁଣି ରଖିଦିଆଯାଉଛି । ଏହି ସବୁ କାମକୁ ନିକଟରେ ଥିବା ଲିଜଧାରିଙ୍କ ମେସିନ ଖୁବ ସନ୍ତର୍ରଣରେ କରିପରୁଛନ୍ତି । ୬ନଂ ପାହଡକୁ ଖୋଳା ଯିବାକୁ ଯେଉଁ ରାସ୍ତା ତିଆରି କରାଯାଇଥିଲା ପ୍ରଶାସନୁ ସେହି ରାସ୍ତାକୁ କାଟି ବିଶିନ୍ନ କରିଦେଇଥିଲା । ଏବେ ଏହି ରାସ୍ତା ଖାଳକୁ ପୋତି ସମାନ କରି ଦିଆଯାଇଛି । ଏହି ୯ନଂ ଓ ୩ନଂ ସୈରାତ ଡିବିଏଲ ଠାରୁ ମାଲହୋତ୍ରା ପର୍ଯ୍ୟନ୍ତ ବେଆଇନ ଖଣି ଗୁଡିକ ବିନା ସଙ୍କୋଚରେ ଚାଲିଥିଲେ ହେଁ ପ୍ରଶାସନ ଏହା ଜାଣି ନଥିବା କହିଛନ୍ତି? ତେବେ ରାଜସ୍ୱ ନିରିକ୍ଷକ ସୈରାତର ତଦାରଖ କରି ରିପୋର୍ଟ ଦେଉନାହାଁନ୍ତି ନା ତାଙ୍କୁ ନଦେବାକୁ କେହି ଚାପ ପକାଉଛି ତାର ତଦନ୍ତ ହେବା ଆବଶ୍ୟକ । ଦୁଇଟି ଲିଜ ସୈରାତର ମଧ୍ୟ ଭାଗରେ ରହିଥିବା ଏହି ୯ନଂ ଓ ୩ନଂ ପାହାଡରୁ ଏବେ ପ୍ରତ୍ୟହ ଲୁଟ ଚାଲିଥିଲେ ହେଁ ତାହା ଲିଜଧାରିଙ୍କ ଲିଜ ଏରିଆରୁ ଆସୁଛି ବୋଲି ପ୍ରଶାସନକୁ ବୁଝାଇ ଦିଆଯାଉଛି ବୋଲି ସୁଣିବାକି ମିଳେ । ଏହି ସବୁ ବେଆଇନ ଖାଦାନରୁ ଏହି ଅନୈତିକ ଉପୟରେ ପଥର ଚାଲାଣକୁ ପ୍ରଶାସନ ମୌନ ସମ୍ମତି ଜଣାଇ ଥିବା ଲୋକେ ଅଭିଯୋଗ କରିଛନ୍ତି । ଏହା ଉପରେ ପ୍ରଶାସନ ତତପରତା ପ୍ରକାଶ ନକରି ବରଂ ଏହାକୁ ହାଲକା ଭାବରେ ନେବା ପଛରେ କଣ କାରଣ ରହିଛି ତାହା ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରୁଛି ।

Related Posts

About The Author

Add Comment