୪ ଡମ୍ଫରକୁ ୨ ଲକ୍ଷ ଟଙ୍କା ଜରିମାନ

Spread the love

ବାରିପଦା,କଳାବାଡିଆ ୧/୯/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବାଙ୍ଗିରିପୋଷି ତହସଲ ଅଧୀନ ୪୯ ନଂ ଜାତୀୟ ରାଜପଥର କଲିକତା ଛକ ନିକଟରେ ଯାଞ୍ଚ ବେଳେ ୪ଟି ବେଆଇନ୍‌ ବାଲି ଓ ମୋରମ୍ ବୋଝେଇ ଡମ୍ପର ଜବତ କରିଛି ପ୍ରଶାସନ ଜବତ ଗାଡ଼ିଗୁଡ଼ିକରୁ ୨ ଲକ୍ଷ ଟଙ୍କା ଫାଇନ୍ ଆଦାୟ କରଯାଇଛି। ତେବେ ବାଙ୍ଗିରିପୋଷି ତହସିଲ ଅଞ୍ଚଳରୁ ଧରା ଯାଇଥିଲେ ବି ଆଦାୟ ଫାଇନ୍ ସାରସକଣା ତହସିଲ ନାଁରେ କଟାଯିବାକୁ ନେଇ ଉଠିଛି ପ୍ରଶ୍ନ ସୁଚନାଯୋଗ୍ୟ ଶନିବାର ସଟ୍ ଡାଉନ୍‌ରେ ପରମିଟ୍ ନଥାଇ ବେଆଇନ୍‌ ବାଲି, ମୋରମ୍ ପରିବହନ ହେଉଥିବା ଖବର ପାଇଥିଲା ପ୍ରଶାସନ ଏଡିଏମ୍ ବିବେକାନନ୍ଦ ସାହୁଙ୍କ । ନେତୃତ୍ବରେ  ଚଢ଼ଉ କରାଯାଇ ଡବ୍ଳବି-୫୭ବି-୦୯୨୭, ଡବ୍ଲୁବି-୫୭ବି-୦୯୨୮, ଡବ୍ଲୁବି-୭୧ବି-୫୦୪୪, ଓଡି-୧୧କ୍ୟୁ-୭୧୭୭ ନଂ ବିଶିଷ୍ଟି ୪ଟି ଡମ୍ପର ଜବତ ହୋଇଥିଲା । ୪୯ ନଂ ଜାତୀୟ ରାଜପଥ ନିର୍ମାଣ (ଏଲଆଣ୍ଡଟି ଦାୟିତ୍ବରେ) ପାଇଁ ଯାଉଥିଲା ଏହି ବାଲି ଓ ମୋରମ୍ ପରମିଟ୍ ଓ ଟିପି ନଥିବାରୁ ଫାଇନ୍ କାଟିଥିଲେ ଏଡିଏମ୍ । ତେବେ ନିର୍ମାଣକାରୀ କମ୍ପାନୀ ଜଣାଇଥିଲା ଯେ, ସାରସକଣା ତହସିଲ ଅଞ୍ଚଳରୁ ବାଲି ଉଠାଣ ପାଇଁ କର୍ଣ୍ଣପକ୍ଷ ରାଜସ୍ବ ପୈଠ କରିଛନ୍ତି। ହେଲେ ସାରସକଣା ତହସିଲଦାର କମ୍ପାନୀକୁ ଟିପି ପଟ୍ ଦେଇ ନ ଥିବାରୁ ଏମିତି ସ୍ଥିତି ଉପୁଜିଛି। ଏ ବାବଦରେ ଅବଗତ ହେବା ପରେ କଣ ପାଇଁ ପରମିଟ୍ ଦିଆଯାଇନି ବୋଲି ସାରସକଣା ତହସିଲ କତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଏଡିଏମ୍ । ତେବେ ଏ ସବୁ ଭିତରେ ବାଙ୍ଗିରିପୋଷି ତହସିଲ ଅଞ୍ଚଳରୁ ଧରାପଡ଼ିଥିବା ଗାଡ଼ିରୁ ଆଦାୟ ଫାଇନ୍ ସାରସକଣା ତହସିଲ ନାଁରେ କଟାଯିବାକୁ ନେଇ ଉଠିଛି ପ୍ରଶ୍ନ ଚଢ଼ଉ ସମୟରେ ବାଙ୍ଗିରିପୋଷି ଅତିରିକ୍ତ ତହସିଲଦାର ସାହେବ ରାମ ବାସ୍‌, ଆରଆଇ ଅଜିତ କୁମାର ସିଂହ ଉପସ୍ଥିତ ଥିଲେ ବାଙ୍ଗିରିପୋଷି ତହସିଲ କପକ୍ଷ ୨ ଲକ୍ଷ ଟଙ୍କା ରାଜସ୍ବ କଣ ପାଇଁ ହରାଇଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ମତାମତ ମିଳିପାରିନି।

Related Posts

About The Author

Add Comment