୪ ଡକାୟତ ଗିରଫ, ୪୩ ହଜାର ଟଙ୍କା ସମେତ ୨ ବାଇକ-ଖେଳନା ବନ୍ଧୁକ ଜବତ

Spread the love

କୋରାପୁଟ, ୨୧/୯ (ସନ୍ଧାନ ନିୟୁଜ): କୋରାପୁଟ ଜିଲାର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କଣ୍ଟାମାଳିଗୁଡା ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ କାକିରିଗୁମା ପୁଲିସ ୪ ଜଣ ଡକାୟତଙ୍କୁ ଗିରଫ କରିଛି। ଦୀର୍ଘ ୨୦ ଦିନ ପରେ ୪ଜଣ ଡକାୟତଙ୍କୁ ଗିରଫ କରିଥିବା ନେଇ ପୁଲିସ ସୂଚନା ଦେଇଛି।

ଗିରଫ ଡକାୟତମାନେ ହେଲେ କୋରାପୁଟ ସଦର ଥାନା ଅଞ୍ଚଳର ମହେଶ ଖୋସଲା, ପାଡୁଆର ପର୍ଶୁରାମ ଗୁଣ୍ଠା, ମଦନ ସିସା ଓ ହାତୀଗୁଡାର ଅଣ୍ଡ୍ରୁ ସାଉଁନ୍ତା। ପୁଲିସ ଡକାୟତମାନଙ୍କ ଠାରୁ ୩ଟି ଖେଳନା ବନ୍ଧୁକ, ୨ଟି ବାଇକ, ୨ଟି ମୋବାଇଲ, ୩ ଗ୍ରାମ ସୁନା ଓ ନଗଦ ୪୩ ହଜାର ଟଙ୍କା ଜବତ କରିଛି। ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଏବେ ବି ଫେରାର ଥିବା ଆଇଆଇସି ଧିରେନ ପଟ୍ଟନାୟକ ପ୍ରକାଶ କରିଛନ୍ତି।ସୂଚନାଯୋଗ୍ୟ ଯେ, ଗତ ମାସ ୨୮ତାରିଖ ରାତି ପୁଲିସ ଆସିଛୁ କହି ଗାଁର ୭ଟି ପରିବାରକୁ ଡକାୟତମାନେ ଉଠାଇ ଡକାୟତି କରିଥିଲେ। ସେମାନେ ୪ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସମେତ ୫ ତୋଳା ସୁନା ଓ ରୁପା ଗହଣା ଲୁଟିନେଇଥିବା କାକିରିଗୁମା ଥାନାରେ ଅଭିଯୋଗ ହୋଇଥିଲା। ଡକାୟତମାନେ ଖେଳନା ବନ୍ଧୁକ ଦେଖାଇ ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଭୟଭୀତ କରାଇଥିଲେ।

Related Posts

About The Author

Add Comment