କଟକ ,୩୦/୦୮ (ସନ୍ଧାନ ନିଉଜ) : ପ୍ରାଚୀ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ସମାଜସେବୀ ଓ ପ୍ରଖ୍ୟାତ ସମାଜ ସୁଧାରକ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଆଦିବାସୀ ବିକାଶ ସମିତି ବଡିବିଲ, କେନ୍ଦୁଝରଠାରେ ମାନପତ୍ର ଓ ଉପଢୌ଼କନ ପ୍ରଦାନ କରି ‘ପ୍ରଚୀ ସମାଜସେବୀ’ ସମ୍ମାନରେ ସମ୍ମାନିତ କରାଯାଇଛି । ସେ ଅଦିବାସୀ ଅଞ୍ଚଳର ଅବହେଳିତ, ଅନଗ୍ରସର ବର୍ଗଙ୍କ ସାମଗ୍ରିକ ବିକାଶ ନିମନ୍ତେ ନିରନ୍ତର ଉଦ୍ୟମ କରି ଚାଲିଛନ୍ତି । ଆଦିବାସୀ ବିକାଶ ସମିତି ବିଦ୍ୟାଳୟ ସହିତ ସତରଟି ବିଦ୍ୟାଳୟ ପ୍ରତିଷ୍ଠା କରି ଅଦିବାସୀ ବିଦ୍ୟାର୍ଥୀମାନଙ୍କୁ ଜ୍ଞାନାଲୋକର ଅରୁଣାଭା ପଦ୍ମଶ୍ରୀ ମୁଣ୍ଡା ପ୍ରଦାନ କରିପାରିଛନ୍ତି । ଜଙ୍ଗଲର ରକ୍ଷଣାବେକ୍ଷଣ, ଜଳସଂରକ୍ଷଣ ଓ ଏହାର ସଦପୋଯୋଗ ଉପରେ ସେ ଗୁରୁତ୍ୱ ଦେଇଆସିଛନ୍ତି । ଛଅଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଧରି ସମାଜସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରି ସେ ତ୍ୟାଗ, ପ୍ରେମ, ଶାନ୍ତି, ଧୌର୍ଯ୍ୟ ଓ ସହବସ୍ଥାରେ ପ୍ରତିମୂର୍ତ୍ତିରେ ପରିଣତ ହେଇପାରିଛନ୍ତି । ଏହି ସଭାରେ ସଭାପତି ପ୍ରଫେସର ଡ. ମନ୍ଦାକିନୀ ଦାସ ଓ ମୁଖ୍ୟ ଅତିଥି ଭାବେ ଡ. ଦ୍ୱୀପାୟନ ପଟ୍ଟନାୟକ, ଡ.ଦୀପକ କୁମାର ଦାଶ ଯୋଗଦାନ କରି ସମାଜସେବାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଅୀବଦାନ ସର୍ମ୍ପକରେ ଆଲୋକପାତ କରିଥିଲେ । ଏହି ସଭାରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ହୃଦାନନ୍ଦ କୁଅଁର ଯୋଗଦାନ କରିଥିଲେ ଓ ମାନସ ରାଉତ, କୃଷ୍ଣ ଚନ୍ଦ୍ର ସାହୁ ସହଯୋଗ କରିଥିଲେ । ଶ୍ରୀଯୁକ୍ତ ସୁଦାମ ଲେଙ୍କା ମାନପତ୍ର ପାଠ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ପଦ୍ମଶ୍ରୀୀ ଶ୍ୟାମାମଣି ଦେବୀ ଶୁଭେଚ୍ଛା ବାର୍ତ୍ତା ଜଣାଇ ଥିଲେ । ଶେଷରେ ସମ୍ପାଦକ ଡକ୍ଟର ବିଭୁଦତ୍ତ ଖଣ୍ଡାୟତରାୟ ଧନ୍ୟବାଦ ଅର୍ପଣ କରଥିôଲେ ।
୪୪ଟି ବିଦ୍ୟାଳୟର ପ୍ରତିଷ୍ଠାତା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପ୍ରଚୀ ସମାଜସେବୀ ସମ୍ମାନରେ ସମ୍ମାନିତ
|
August 30, 2025 |



