କଟକ:କଟକ ସଦର ୪୨ ମୌଜା ବରାଳ ଗ୍ରାମରେ ଲକ୍ଷ୍ମୀ ନାରାୟଣ ପୂଜା କମିଟି ପକ୍ଷରୁ ପବିତ୍ର ଦୋଳ ଉତ୍ସବ ଏକାଦଶୀ ତିଥିରୁ ଅନୁଷ୍ଠିତ ହୋଇ ବିମାନରେ ମହାପ୍ରଭୁ ୬୦ ଘର ଓ ୭୨ ଘର ବୁଲି ଭୋଗ ଗ୍ରହଣ କରୁଛନ୍ତି । ବର୍ଷକରେ ଥରେ ଫାଲଗୁନ ମାସରେ ପାଳିତ ହେଉଥିବା ଏହି ପର୍ବରେ ସଭାପତି ସୁଧାକର ବେଉରା,ସମ୍ପାଦକ ସନାତନ ରାଉଳ,କୋଷାଧ୍ୟକ୍ଷ ଆରତ ବେହେରା,ଲକ୍ଷ୍ମୀ ନାରାୟଣ ପୂଜା କମିଟିର ସଦସ୍ୟ ବର୍ଗ,ଉପଦେଷ୍ଟା ମଣ୍ଡଳୀ,ସଙ୍କୀର୍ତ୍ତନ ମଣ୍ଡଳୀ ଏଵଂ ବରାଳ ଗ୍ରାମବାସୀ ବୁନ୍ଦ ଉପସ୍ଥିତ ରହି ପୂଜାକର୍ମରେ ସହଯୋଗ ପ୍ରଦାନ କରୁଛନ୍ତି । ଏହି ଦୋଳଯାତ୍ରା ଫଗୁ ଦଶମୀ ଠାରୁ ଆରମ୍ଭ ହୋଇ ରାତିରେ ଭୋଗ ଗ୍ରହଣ,ଦୋଳ ପୂର୍ଣ୍ଣିମା ଦିନ ମିର୍ଜାଇପୁର ଗ୍ରାମ ଦୋଳ ବିମାନ ସହ ଗାଁ ପରିକ୍ରମା କରି ବରାଳ ମା ବୁଢୀ ନାରାୟଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ମହାପ୍ରଭୁ ନୀଳକଣ୍ଠ ନାଥ ପୀଠରେ ସଂକୀର୍ତ୍ତନ,ଚାନ୍ଦୁଲି ଗ୍ରାମରେ ଭୋଗ ଗ୍ରହଣ ଓ ହୋଲି ଉତ୍ସବ ପାଳନ ଦିନ ବରାଳ ଗ୍ରାମ ରେ ହୋଲି ଖେଳ ପରେ ମିର୍ଜାଇପୁର ଠାରେ ସଂକୀର୍ତ୍ତନ ସାରି ଯମୁନା ସ୍ନାନ କରି ହରିହର ଭେଟ ଏବଂ ସର ଲବଣୀ ଖାଇ ମେଣ୍ଢା କୁଡିଆ ପୋଡ଼ି ସେହିଦିନ ସନ୍ଧ୍ୟାରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ଲକ୍ଷ୍ମୀ ନାରାୟଣ ପୀଠରେ ଖୀରୀ ଭୋଗ ପାଇଥାନ୍ତି ।
୪୨ ମୌଜା ବରାଳ ଗ୍ରାମରେ ଦୋଳ ଉତ୍ସବ
|
March 6, 2023 |



