୪ର୍ଥ ସ୍ତମ୍ଭର ପ୍ରତିନିଧିଙ୍କୁ ପୋଲିସର ବୈମାତୃକ ମନୋଭାବ

Spread the love

ଯାଜପୁର ସଦର, ୨୩ା୦୧: ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କୋଭିଡ଼ ଯୋଦ୍ଧା ମାନ୍ୟତା ଦେଇଥିବା ବେଳେ, ସେମାନଙ୍କର ଜୀବନ ରକ୍ଷା ପାଇଁ ମହାମାରୀ କରୋନାରେ ବଞ୍ଚବା ପାଇଁ ତୃତୀୟ ଜୋନର ଟିକା ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ବେଳେ, ଆଜି ଗଣମାଧ୍ୟମ ପ୍ରତିନିଧି ମାନେ ଅବହେଳିତ ଅବସ୍ଥାରେ ରହିଥିବା ବେଳେ, ସେମାନଙ୍କ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ କାହିଁକି ଦେଖାଗଲା । ଏଠାରେ ସୂଚନା ଯୋଗ୍ୟ ଯେ, ଓଟିଭିରୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧର ସଂଜୟ ନାୟକ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ, ଯାଜପୁର ଟାଉନ ଥାନା ଆଇଆଇସି ଅଜୟ କୁମାର ଜେନା ସାମ୍ବାଦିକ ବନ୍ଧୁଙ୍କୁ ଯେପରି ଦୃବ୍ୟବହାର କଲେ ତାହା ବିଭିନ୍ନ ପ୍ରେସଫୋରମ ଏବଂ ବିଭିନ୍ନ ମହଲରେ ଏହାକୁ ଦୃଢ଼ ନିନ୍ଦା କରାଯାଇଚି । ତୁରନ୍ତ ସରକାର ଗୃହରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତ ବେହେରା ପୋଲିସ ଡିଜି ଏବଂ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାଲାଗି ଯାଜପୁର ସାମ୍ବାଦିକ ୟୁନିୟନ ଏବଂ ବିଭିନ୍ନ ଫୋରମର ସଦସ୍ୟ ମାନେ ଦାବି କରିଛନ୍ତି । ସାମ୍ବାଦିକ ସରୁକ୍ଷା ଆଇନି କାର୍ଯ୍ୟକାରୀ କାରିବାଲାଗି ଦାବି କରାଯାଇଚି । ରସୁଲପୁର ପ୍ରେସଫୋରମ ପକ୍ଷରୁ ନିନ୍ଦା କରାଯିବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଏହାକୁ ପ୍ରତିବାଦ କରିବା ସହିତ ଓଟିଭି ପ୍ରତିନିଧର ସଂଜୟ ନାୟକଙ୍କୁ ନ୍ୟାୟ ଦେବାପାଇଁ ସୂଚନା ଲୋକ ସମ୍ପର୍କମନ୍ତ୍ରୀ ପ୍ରଦିପ ଅମାତ ଦୃଷ୍ଟି ଦେବାପାଇଁ ସାମ୍ବାଦିକ ମାନେ ଦାବି କରିଛନ୍ତି । ଯାଜପୁର ଜିଲ୍ଲାରେ ବାରମ୍ବାର ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରାଯାଉଥିବାରୁ ଏହାକୁ ଦୃଢ଼ ନିନ୍ଦା କରାଯାଇଚି ।

Related Posts

About The Author

Add Comment