୪ଦିନ ଭୋକରେ ରହି ଚାଲିଗଲା ବୃଦ୍ଧଙ୍କ ଜୀବନ

Spread the love

ନୂଆଦିଲ୍ଲୀ, ୭/୬ (ସନ୍ଧାନ ନିୟୁଜ)  : ଝାଡ଼ଖଣ୍ଡର ଲାତେହରରେ ୪ଦିନ ନ ଖାଇ ଜଣେ ବୃଦ୍ଧ ମୃତ୍ୟୁବରଣ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତକ ରାମଚରଣ ମୁଣ୍ଡାଙ୍କ ଝିଅଙ୍କ କହିବା ଅନୁଯାୟୀ, ଇଣ୍ଟରନେଟ୍‌ ଚାଲୁ ନଥିବାରୁ ଡିଲର ୩ମାସ ହେଲାଣି ରାଶନ ଦେଉ ନଥିଲା । ଯାହା ପାଇଁ ଘରେ ଥିବା ସବୁ ଖାଇବା ଜିନିଷ ଶେଷ ହୋଇ ଆସିଥିଲା । ଘରେ ଖାଦ୍ୟ ନଥିବା ଦେଖି ବାପା ୪ଦିନ ପର୍ଯ୍ୟନ୍ତ ଖାଇବା ଛାଡ଼ି ଦେଇଥିଲେ । ଯାହା ଦ୍ୱାରା ୪ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଗୁରୁବାର ଏହି ଘଟଣା ଘଟିଥିବା ସାମ୍ନାକୁ ଆସିଛି । ତେବେ ଏ ନେଇ ସୂଚନା ଦିଆଯିବା ପରେ କାରଣ ଖୋଜିବାରେ ଲାଗି ପଡ଼ିଛି ପୁଲିସ ।

ସୂଚନା ମୁତାବକ, ରାମଚରଣଙ୍କୁ ଆୟୁଷ୍ମାନ ଭାରତ ଯୋଜନା ପାଇଁ ରାଶନ କାର୍ଡ ଏବଂ ପେନ୍‌ସନର ସୁବିଧା ମିଳୁଥିଲା । ତେବେ ଲୋକମାନଙ୍କୁ ରାଶନ ଦେବାରେ ଇଣ୍ଟରନେଟ୍‌ର କୌଣସିି ଆବଶ୍ୟକତା ନଥିବା ବେଳେ ବିନା ଇଣ୍ଟରନେଟରେ ଲୋକମାନଙ୍କୁ ରାଶନ ମିଳୁଥିବା କହିଛି ପୁଲିସ । ତେବେ ଡିଲର ଇଣ୍ଟରନେଟ୍‌ ନଥିବା କହି ରାଶନ କାହିଁକି ଦେଉ ନଥିଲା, ସେ ନେଇ ତଦନ୍ତ ଆରମ୍ଭ କରାଯାଇଛି ।

Related Posts

About The Author

Add Comment