୩ ରକ୍ତ ଚନ୍ଦନ କାଠ ସହ ୩ ମାଫିଆ ଗିରଫ

Spread the love

ପାରଳାଖେମୁଣ୍ଡି ୨୭/୧୦ (ସନ୍ଧାନ ନିୟୁଜ) ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଲାବଣ୍ୟଗଡ ପଞ୍ଚାୟତ ଅଞ୍ଚଳରୁ ରକ୍ତ ଚନ୍ଦନ କାଠ ଚୋରି କରି ବାହାର ରାଜ୍ୟକୁ ଚାଲଣ କରିବାକୁ ଯୋଜନା କରୁଥିବା ୩ ମାଫିଆଙ୍କ ଗାରାବନ୍ଧା ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ ଲାବଣ୍ୟଗଡ ଗ୍ରାମର ବାବୁଲା ଗୈାଡ, ଦେବ ବେହେରା, ଭିକାରୀ ଗୈାଡ ସେମାନଙ୍କ ଠାରୁ ୪୫ କିଲୋ ରକ୍ତ ଚନ୍ଦନ କାଠ ଜବତ କରାଯାଇଛି। ଏ ନେଇ ଗାରାବନ୍ଧା ଥାନାରେ କେସ୍ ନଂ ୮୮/୧୯ ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାଇ ଶୁକ୍ରବାର ରାତିରେ ପୋଲିସ ପେଟ୍ରୋଲିଂ ସମୟରେ ଗ୍ରାମ ନିକଟସ୍ଥ ଚନ୍ଦନ ବଣରୁ ୩ ଯୁବକ ଆସୁଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ ଅଟକାଇ ପଚରାଉଚରା ବେଳେ ତିତିଲି ବାତ୍ୟାରେ ରକ୍ତ ଚନ୍ଦନ ଗଛ ଗୁଡିକ ପଡିଯାଇଥିବା ବେଳେ ସେଗୁଡ଼ିକୁ ବନବିଭାଗ ତରଫରୁ କାଟି ରଖାଯାଇଥିଲା। ସେଥିରୁ ୨ ଟି ଗଡି ଚୋରି କରି ନେଉଥିବା ପୋଲିସ ଜାଣିବାକୁ ପାଇଥିଲା । ବାହାରେ ବିକ୍ରି ପାଇଁ ଯୋଜନା କରୁଥିବା ସେମାନେ ସ୍ୱୀକାର କରିଥିଲେ। ଫଳରେ ପୋଲିସ ୩ ମାଫିଆଙ୍କୁ ଗିରଫ କରିବା ସହ ଚୋରା କାଠ ଜବତ କରିଛନ୍ତି। ଜବତ କାଠର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଶନିବାର ଦିନ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି।

Related Posts

About The Author

Add Comment