୩ ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା, ପୋଲିସ ବଳୟ ମଧ୍ୟରେ ରହିବ ପ୍ରଶ୍ନପତ୍ର

Spread the love

ଭୁବନେଶ୍ୱର ୦୪/୦୩ (ସନ୍ଧାନ ନିୟୁଜ): ଆଉ ୩ ଦିନ ପରେ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା । ଚଳିତ ଥର ୧୧୪୩ ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୫୦ ହଜାର ୮ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷା ସେଣ୍ଟରରେ କପି ରୋକିବା ପାଇଁ ସିସିଟିଭି ଲଗାଯିବାକୁ କଡ଼ା ନିର୍ଦ୍ଦେଶ ରହିଛି । ସିସିଟିଭି ନଥିଲେ ପରୀକ୍ଷାକେନ୍ଦ୍ରକୁ ବାତିଲ କରାଯିବ ବୋଲି ପୂର୍ବରୁ ନିର୍ଦ୍ଦେଶ ରହିଥିଲା । ତେଣୁ ପ୍ରତ୍ୟେକ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ସୂଚନା ରହିଛି । ଯେଉଁ କିଛି ହାତ ଗଣତି ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଯାଇ ନାହିଁ ସେମାନେ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଥର ଯେଭଳି ପ୍ରଶ୍ନପତ୍ର ଲିକ୍‌ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ପରୀକ୍ଷା କେନ୍ଦ୍ରକୁ କାହାକୁ ମୋବାଇଲ୍‌ ନେଇ ଯିବାକୁ ଅନୁମତି ନାହିଁ । ସେହିଭଳି ରାଜ୍ୟର ସମସ୍ତ ୨୦୨ଟି ପରୀକ୍ଷା ପରିଚାଳନା ହବ୍‌ରେ ବନ୍ଧୁକଧାରୀ ପୋଲିସ ମୁତୟନ ରହିବେ । ଏହାସହ ପରୀକ୍ଷା ପରିଚାଳନା ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ନେଇ ଯାଉଥିବା ଗାଡ଼ିକୁ ଏସ୍‌କର୍ଟ କରି ନିଆଯିବ ବୋଲି କୁହାଯାଇଛି ।  ପରୀକ୍ଷା ଶେଷ ହେଲେ ଉତ୍ତର ଖାତାକୁ ମଧ୍ୟ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ପରୀକ୍ଷା ହବ୍‌କୁ ଅଣାଯିବ । ଏହି ସମୟରେ ଜିଲ୍ଲା ପ୍ରଶାସନର ପ୍ରତିନିଧି ମଧ୍ୟ ଉପସ୍ଥିତ ରହିବେ । କୌଣସି ସରକାରୀ ଅଧିକାରୀ ମଧ୍ୟ ପରୀକ୍ଷା ହବ୍ କିମ୍ବା କେନ୍ଦ୍ରକୁ ମୋବାଇଲ ନେଇ ଯାଇପାରିବେ ନାହିଁ ବୋଲି କୁହାଯାଇଛି । 

Related Posts

About The Author

Add Comment