୩ ଡକାୟତ ଗିରଫ, ୨ ବାଇକ ଓ ଗହଣା ଜବତ

Spread the love

ସୋର, ୧୧/୧୦(ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :-  ସୋର ସମେତ ଏହାର ଆଖପାଖରେ, ଚୋରିଡକାୟତି ସମେତ ରାହାଜାନି, ଆଦି ଚଳାଇଥିବା ତିନି ଜଣ ଡକାୟତଙ୍କୁ ସୋର ପୁଲିସ ଗିରଫ କରିଛି । ପୁଲିସ ଅଭିଯୁକ୍ତଙ୍କଠାରୁ ଦୁଇଟି ବାଇକ ଜବତ କରିବା ସହିତ ଗୋଟିଏ ଆଇ ଫୋନ, ମୋବାଇଲ ସମେତ ଅଧ କେଜି ରୁପା ଗହଣା ଓ : ଟଙ୍କା ଆଦି ଜବତ କରିଛି । ଏହି ଗ୍ୟାଙ୍ଗର ତିନି ଜଣକୁ ପୁଲିସ ଗିରଫ କରିଥିଲାବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ସୋର ଥାନା ଆଇଆଇସି ମଧୁସ୍ମିତା। ମହାନ୍ତିଙ୍କ ନିର୍ଦ୍ଦେଶରେ ଏଏସଆଇ ପ୍ରଦୀପ ମହାନ୍ତି ଓ ଏଏସଆଇ ପ୍ରତାପ ଗତ ଶୁକ୍ରବାର ରାତିରେ ରାତ୍ର ପେଟ୍ରୋଲିଂ କରୁଥିଲେ । ୧୬ ନମ୍ବର ଜାତୀୟ ରାଜପଥର ନାୟକବନ୍ଧ ଛକ ନିକଟରେ ୫ ଜଣ ଡକାୟତି ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ ପହଞ୍ଚି ତିନି ଜଣଙ୍କୁ କାବୁ କରିନେଇଥିଲା । ଅନ୍ୟ ଦୁଇ ଜଣ ଖସି ପଳାଇଯାଇଥିଲେ। ଗିରଫ ହୋଇଥିବା ଡକାୟତମାନେ ହେଲେ, ନୀଳଗିରି ଥାନା ଅନ୍ତର୍ଗତ ଭୀମେଇ ଗ୍ରାମର ବାଇନ ଓରଫ ଭରିତ- ଦାସ (୩୦), ସେହି ଭୀମେଇ ଗ୍ରାମର । ଦୀପୁ ଓରଫ ରମେଶ ମଲିକ (୧୯), ନୀଳଗିରି ଥାନା ବଙ୍କସାହି ଗ୍ରାମର ଅଜୟ ସିଂହ(୨୬) । ପୁଲିସକୁ ଚକମା ଦେଖାଇ ଖସିପଳାଇଯାଇଥିବା ଅନ୍ୟ ଦୁଇ ଜଣ ଡକାୟତ ହେଲେ, ନୀଳଗିରି ଥାନା ଭୀମେଇ ଗ୍ରାମର ବାଉଲି ଓରଫ ସୁଶାନ୍ତ ମଲିକ ଏବଂ ସୋର ଥାନା ଅନ୍ତର୍ଗତ ଦାଣ୍ଡହରିପୁର ଗ୍ରାମର ପପୁ ଓରଫ ପ୍ରଫୁଲ୍ଲ ମଲିକ । ଏହି ୫ ଜଣ ଡକାଂୟତ ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବା ମସୁଧାରେ ଥିଲେ ବୋଲି ପୁଲିସ ପ୍ରକାଶ କରିଛି । ଏମାନଙ୍କଠାରୁ ପୁଲିସ ଗୋଟିଏ ଆଇ ଫୋନ, ଗୋଟିଏ ମୋବାଇଲ, ନଗଦ ୪୯୦୦ ଟଙ୍କା, ଚାରି ଯୋଡ଼ା ରୁପା ପାଉଁଜି, ଦୁଇ ଯୋଡ଼ା ରୁପା ଚେନ, – ୬ ଗୋଟି ରୁପା ସିନ୍ଦୂର ଫରୁଆ, ହିରୋହୋଣ୍ଡା ସିବିଜେଡ଼ି ବାଇକ (ଓଆର-୦୫-୯୨୨୯) ଓ ହୋଣ୍ଡା ୟୁନିକଣ୍ଠ (ଓଡ଼ି-୦୧-ଇ-୯୬୧୦) ସହ ମାରଣାସ୍ତ୍ର ଜବତ କରିଛି । ସୋର ଥାନାରେ କେଶ ନମ୍ବର ୩୩୩/୨୦ ମୂଳେ ପୁଲିସ ଆଜି ଗିରଫ ଡକାୟତଙ୍କୁ କୋର୍ଟ ଚାଲାଣ କରିଛି । ଏମାନଙ୍କ ନାମରେ ସୋର, ନୀଳଗିରି, ଖନ୍ତାପଡ଼ା ଓ ସିମୁଳିଆ ଠାରେ ବିଭିନ୍ନ ମାମଲା ଥିବାର ସୂଚନା ମିଳିଛି ।

Related Posts

About The Author

Add Comment