ସୁନ୍ଦରଗଡ଼ ତା:୩/୨/୨୦୨୪( ସନ୍ଧାନ ନିଉଜ/ଦୁର୍ଯ୍ୟୋଧନ ଗରଡ଼ିଆ) ଦେଶ ତଥା ରାଜ୍ୟ ରେ ନିଜ ନିଜ ର ସମାଜ କୁ ସୁଦୃଢ କରିବା ପାଇଁ ସମସ୍ତ ସମାଜସେବୀ ମାନେ ଆଗଭର ଥିବା ବେଳେ ନିଜର ସମାଜ କିପରି ଭାବରେ ଏକତ୍ରିତ ହୋଇ ସଙ୍ଗଠିତ ହେବା ଦିଗରେ ଆଗେଇ ଆସୁଛନ୍ତି ।ଏହି କ୍ରମରେ ଆଜି ବାଲିଶଙ୍କରା ବ୍ଲକ ତିଳଡେଗା ଗ୍ରାମ ପଂଚାୟତ ଅନ୍ତର୍ଗତ ଗାଇଡେଗା ଗ୍ରାମ ଠାରେ ୩୭ତମ ଅଖଣ୍ଡ ଭାରତୀୟ ଭୂୟାଁ ସମାଜ ମହାସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଛତିଶଗଡ, ଝାରଖଣ୍ଡ, ଓଡିଶା ର ଭୂୟାଁ ସମାଜ ର ସମାଜ ପ୍ରେମୀ ବନ୍ଧୁ ମାନେ ଉପସ୍ଥିତ ଥିଲେ l ଏହି ସଭାର ପ୍ରଥମ ଦିନରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସଦର ବିଧାୟକ ତଥା ରାଜ୍ୟ ବିଜେଡି ସମ୍ପାଦକ ଶ୍ରୀଯୁକ୍ତ ଯୋଗେଶ ସିଂ ଓ ସମ୍ବଲପୁର କୁଚିଣ୍ଡା ବିଧାୟକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ନାଏକ ଯୋଗଦେଇଥିଲେ । ପ୍ରାରମ୍ଭରେ କଳସ ଶୋଭାଯାତ୍ରା କରି ଦେବାଦେବୀ ତଥା ମହା ପୁରଷ ଙ୍କ ପୂଜନ କରାଯାଇଥିଲା ।ପରେପରେ ପୂର୍ବତନ ତଲସରା ବିଧାୟକ ଡକ୍ଟର ଶ୍ରୀଯୁକ୍ତ ପ୍ରଫୁଲ୍ଲ ମାଝୀ ଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା l ଅଞ୍ଚଳରେ ନିଜ ସମାଜର କିପରି ପ୍ରତିଷ୍ଠା ବୃଦ୍ଧିପାଇବ ଓ ତା ସହିତ ନିଶାମୁକ୍ତ ସମାଜ ଗଢିବା ସଭାର ମୁଖ୍ୟ ବିଷୟ ରହିଥିଲା । ଏହି ସଭାରେ ଓଡ଼ିଶା ସମେତ ପଡୋଶୀ ରାଜ୍ୟ ଝାରଖଣ୍ଡରୁ ସମାଜର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଏହି ସଭାର ଛୋଟ ଛୋଟ ଛୁଆ ମାନଙ୍କର ଗୀତ, ନୃତ୍ୟ ଓ ମ୍ୟାଜିକ ଚେୟାର ପ୍ରତି ଯୋଗିତା ମୁଖ୍ୟ ଆକର୍ଷଣ ରହିଥିଲା l ପୁରସ୍କାର ମାଧ୍ୟମରେ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା ।ସମାଜ ର ପ୍ରତ୍ୟେକ ବ୍ୟକ୍ତି ଙ୍କ ସମାଜ ର ମତାମତ ପଚରା ଯାଇଥିଲା। ଶେଷରେ ଡକ୍ଟର ପ୍ରଫୁଲ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
୩୭ତମ ଅଖଣ୍ଡ ଭାରତୀୟ ଭୂୟାଁ ସମାଜ ମହାସଂଘ ବୈଠକ ଅନୁଷ୍ଠିତ
|
February 4, 2024 |
