୩୪ ଗୋରୁ ଉଦ୍ଧାର ଚାଳକ ଗିରଫ କାର୍ ଜବତ

Spread the love

ଯାଜପୁର ସଦର, ୧୩/୪/୨୬ (ସନ୍ଧାନ ନ୍ୟୁଜ )  : ଯାଜପୁର ଜିଲ୍ଲାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଗୋରୁ ମାଫିଆ ମାନେ ଯାଜପୁର ଜିଲ୍ଲାରେ ସକ୍ରିୟ ହୋଇଥିବା ବେଳେ ଯାଜପୁର ଜିଲ୍ଲା କୁଆଖିଆ ଥାନାକୁ ବଡ଼ ସଫଳତା ମିଳିଥିବା ଦେଖିବାକୁ ମିଳିଛି । ୩୪ଟି ଗୋରୁ ଉଦ୍ଧାର କରାଯାଇଥିବା ବେଳେ ଚମଡ଼ା ବୋଝେଇ ଟ୍ରକକୁ ଜବତ କରାଯାଇଛି । ସେହିପରି ମାଫିଆ ଆସିଥିବା କାର ଜବତ ହୋଇଛି । ୬ ମାଫିଆ ଫେରାର ହୋଇ ଯାଇଛନ୍ତି । ଏଠାରେ ଏଠାରେ ସୂଚନା ଯୋଗ୍ୟ ଯେ କୁଆଖିଆ ଓଭର ବ୍ରିଜ ଉପରୁ ଏକ ଚମଡ଼ା ବୋଝେଇ ଟ୍ରକକୁ ଜବତ କରିଛି । ପୋଲିସ୍ ୩୪ଟି ଗୋରୁ ଉଦ୍ଧାର କରିବା କରିବା ସହିତ ଚାଳକ କୁ ବରଫ କରିଛି । ଓଭର ଟେକ୍ କରି ଯାଉଥିବା କାର୍‌କୁ ପୋଲିସ ଜବତ କରିଛି । ସ୍ଥାନୀୟ ଲୋକ କହିବା କହିବା ଅନୁଯାୟୀ ଟ୍ରକ୍ ଚାଳକ ଝାରଖଣ୍ଡ ରାଜ୍ୟ ବୋକାରୋ ଅଞ୍ଚଳର ମିଥିଲେସ ସିଂ ବୋଲି ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳରୁ କଲିକତାକୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୧୬ ଚକିଆ ଟ୍ରକରେ ଗୋରୁ ଓ ଏକ ଆଇଚର ଟ୍ରକରେ ଗୋରୁ ଚମଡ଼ା ବୋଝେଇ ହୋଇ ଚାଲାଣ ହେଉଥିବାର ଗୋ ସୁରକ୍ଷା କର୍ମୀ କୌଣସି ସୁତ୍ରରୁ ଖବର ପାଇ କୁଆଖିଆ ପୋଲିସ୍ କୁ ସୂଚନା ଦେଇଥିଲେ । କୁଆଖିଆ ଓଭର ବ୍ରିଜ ଉପରେ ଜଗି ରହିଥିଲା । ପ୍ରଥମେ ପୋଲିସ ଚମଡ଼ା ବୋଝେଇ ଟ୍ରକ୍ କୁ ଜବତ କରିଥିବା ବେଳେ ଟ୍ରକ୍ ର ଡ୍ରାଇଭର ଖସି ପକାଇ ଥିଲା । ଏହା ପରେ ପୋଲିସ୍ ଗୋରୁ ବୋଝେଇ ୧୬ ଚକିଆ କୁ ଜବତ କରିଥିଲା । ୩୪ଟି ଗୋରୁ ଉଦ୍ଧାର କରିବା ସହିତ ଟ୍ରକ ଡ୍ରାଇଭରକୁ ଗିରଫ କରିଥିଲା । ଗୋରୁ ଆସୁଥିବାର ଦେଖି ଏକ ମହିନ୍ଦ୍ରା ଏକ୍ସ ୟୁଭି-୫୦୦ (ଓଡିଠ୫ବି ୬୦୨୫)ଏହି ଗାଡିଟି ପଳାଉଥିବା ବେଳେ ପୋଲିସ୍ ଟିମ୍ ପିଛି । କରି କାରଟିକୁ ବ୍ରହ୍ମବରଦା ନଦୀ ବନ୍ଧରେ ପଳାଇବାକୁ ଉଦ୍ୟମ କରିଥିବା ବେଳେ ବ୍ରହ୍ମବରଦାର କିଛି ମନିଙ୍ଗ ୱ।ର୍କ କରୁଥିବା ସମୟରେ ଏହି କାରଟି ଦୃତ ଗତିରେ ଯାଉଥିବାରୁ ସେମାନଙ୍କର ସନ୍ଦେହ ଆସିବାରୁ ଅଟକାଇବା ପାଇଁ ଉଦ୍ୟମ କରିଥିଲେ । ଚାଳକ କିଛି ଦୂରରେ କାର୍ ଟିକୁ ଅଟକାଇଥିଲା । ପଛରେ ପୋଲିସ ଟିମ୍ ଥିବା ଦେଖି କାର ଡ୍ରାଇଭର ସହିତ ୬ଜଣ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । କୁଆଖିଆ ପୋଲିସ କାର୍ କୁ ଜବତ କରି ବ୍ରହ୍ମବରଦା ଥାନାରେ ରଖିଥିଲେ ଆଜି କୁଆଖିଆ ଥାନା ଅଧିକାରୀ ବ୍ରହ୍ମବରଦା ଥାନାରେ ସୁଶାନ୍ତ ସେଠି ପହଞ୍ଚି ଜବତ କାରକୁ ପ୍ରାଥମିକ ତଦନ୍ତ କରିବାରୁ କାର୍ ଟି କଟକ ଅଞ୍ଚଳରୁ ଚୋରି ହୋଇଥିବା ସୂଚନା ମିଳିଛି। ଚମଡା ବୋଝେଇ ଟ୍ରକର କାଗଜ ପତ୍ର ଠିକ୍ ଥିବା ଥାନା ଅଧିକାରୀ ସୁସାନ୍ତ କୁମାର ସେଠି ସୂଚନା ଦେଇଛନ୍ତି । ଅଧିକ ତଦନ୍ତ ପ୍ରକ୍ରିୟା କରାଯାଉ ବୋଲି କୁଆଖିଆ ଥାନା ଅଧିକାରୀ ସୁସାନ୍ତ କୁମାର ସେଠି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି କାରଟି କଟକ ଅଞ୍ଚଳରୁ ଚୋରି ହୋଇଥିବା ଜଣାଯାଇଛି ।

Related Posts

About The Author

Add Comment