୩୦ବର୍ଷ ପରେ ଘରକୁ ଫେରିଲେ ନିଖୋଜ ଦାନନ ଶ୍ରମିକ

Spread the love

କେନ୍ଦ୍ରାପଡ଼ା, ୦୯.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ କୁମ୍ଭାରପଡା ଗ୍ରାମର ଶ୍ରୀକାନ୍ତ ଖଟୁଆ ଓରଫ (ବାବୁଲି) ୧୮ ବର୍ଷ ବୟସରେ ଫଜାବକୁ ନିଜ ସମ୍ପର୍କୀୟଙ୍କ ସହିତ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ନିଖୋଜ ହୋଇଯାଇଥିଲେ । ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ ମାତ୍ର ବାବୁଲିର କୌଣସି ସନ୍ଧାନ ମିଳିନଥିଲା । ନିଖୋଜ ହେବାର ଦୀର୍ଘ ୩୦ ବର୍ଷ ପରେ ବାବୁଲି ଖଟୁଆର ସନ୍ଧାନ ମିଳିଥିଲା ମହାରାଷ୍ଟ୍ରର ନନ୍ଦିଗ୍ରାମର ଏକ ସାଇ ମନ୍ଦିର ନିକଟରେ । ସାଇ ମନ୍ଦିରକୁ ଯାଇଥିବା ଓଡ଼ିଆ ବ୍ୟକ୍ତି ବାବୁଲିକୁ ଦେଖିଥିଲେ । ଓଡ଼ିଆ କଥାବାର୍ତ୍ତା ହେଉଥିବା ବେଳେ ବାବୁଲି ତାଙ୍କ ନିକଟକୁ ଆସିଥିଲେ । ବାବୁଲି ଓଡିଶାର ଲୋକ ଜାଣି ପାରି ତାଙ୍କ ସମ୍ପର୍କରେ ପଚାରି ବୁଝିଥିଲେ । ବାବୁଲି ଠାରୁ ଘର ଠିକଣା ସଂଗ୍ରହ କରିଥିଲେ । ପରେ ଗଣମାଧ୍ୟମ ପ୍ରତିନିଧି ମାଧ୍ୟମରେ ତାଙ୍କ ପରିବାରକୁ ଜଣାଇଥିଲେ । ସନ୍ଧାନ ମିଳିଲା ପରେ ବାବୁଲିଙ୍କ ପରିବାର ଓ ଗ୍ରାମବାସୀ ମହାରାଷ୍ଟ୍ର ନନ୍ଦିଗ୍ରାମକୁ ଯାଇ ବାବୁଲିକୁ ଉଦ୍ଧାର କରି ଘରକୁ ଆଣିଥିଲେ । ଦୀର୍ଘ ୩୦ବର୍ଷ ପରେ ନିଖୋଜ ବାବୁଲିକୁ ଗାଁକୁ ପହଞ୍ଚିଲା ପରେ ସମସ୍ତ ମନରେ ଖୁସିର ଲହରି ଖେଳି ଯାଇଥିଲା । ବାବୁଲିର ଖାଦ୍ୟପେୟ ଅଭାବରୁ ସ୍ଵାସ୍ଥ୍ୟ ଭଲ ନଥିବା ଜଣାପଡ଼ିଛି  ମାନସିକ ଅବସ୍ଥା ଭଲ ନାହିଁ । ତେଣୁ ସରକାରଙ୍କ ତରଫରୁ ଚିକିତ୍ସା ଯୋଗାଇ ଦେବାକୁ ଦାବି ହୋଇଛି ।

Related Posts

About The Author

Add Comment