ଭୁବନେଶ୍ୱର୨୪/୪ (ସନ୍ଧାନ ନିୟୁଜ): ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ସବୁଠାରୁ କମ୍ ମତଦାନ ଭୁବନେଶ୍ୱର ଲୋକସଭାକ୍ଷେତ୍ରରେ ହୋଇଛି। ଏଠାରେ ୫୯.୬୦ ପ୍ରତିଶତ ମତଦାନ ହୋଇଥିବା ଭାରତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ସେହିପରି ସମ୍ବଲପୁର ଲୋକସଭା କ୍ଷେତ୍ରରେ ୭୬.୩୮ ପ୍ରତିଶତ ମତଦାନ ହୋଇଥିବା ବେଳେ କେନ୍ଦୁଝରରେ ୭୮.୧୬ ପ୍ରତିଶତ, ଢେଙ୍କାନାଳରେ ୭୪.୯୮, କଟକରେ ୬୯.୬୫ ପ୍ରତିଶତ ଓ ପୁରୀରେ ୭୨.୫୩ ପ୍ରତିଶତ ମତଦାନ ହୋଇଛି।ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଗତକାଲି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଭିଭିପ୍ୟାଟରେ ତ୍ରୁଟି ଯୋଗୁ ବଡ଼ମ୍ବା ବିଧାନସଭା ନିର୍ବାଚନମଣ୍ଡଳୀର ୧୯୬ ନମ୍ବର ବୁଥ୍ ଓ ଦେବଗଡ଼ର ୧୮୩ ନମ୍ବର ବୁଥରେ ମତଦାନ ସ୍ଥଗିତ ରଖାଯାଇଛି।



