ରସୁଲପୁର, ୦୭/୦୭/୨୦୨୧ (ସନ୍ଧାନ ନିଉଜ) : ରସୁଲପୁର ବ୍ଲକ ଅନ୍ତର୍ଗତ ପହଁଗା ପଂଚାୟତରେ ଜଣ୍ଡିସ୍ ରୋଗ ୨ଜଣଙ୍କର ଜୀବନ ନେଇଛି । ଗୋଟିଏ ପରିବାରର ମା,ବାପା ଉଭୟ ଏହି ରୋଗରେ ଆରପାରିକୁ ଚାଲିଯାଇଛନ୍ତି । ୫ବର୍ଷ ପୂର୍ବେ ମା ସରାଗୀ ଦଳାଇ ଯକୃତ ଜନୀତ ରୋଗରେ ପଡୀତ ହୋଇ ମୃତୁ୍ୟ ବରଣ କରିଥିଲା । ବାପା ଶରତ ଦଳେଇ କିଛି ବର୍ଷ ହେବ ଜଣ୍ଡିସ୍ ରୋଗରେ ପିଡୀତ ଥିଲେ । ୨ଦିନ ତଳେ ସେ ଆରପାରିକୁ ଚାଲିଗଲେ ମଧ୍ୟ । ନାବାଳକ ପୁଅ ପିତବାସ ଦଳେଇ(୧୭), ନା ବାଳିକା ଝିଅ ସୁପ୍ରିୟା ଦଳେଇ(୧୪) ଓ ସୁଲଗ୍ନା ଦଳେଇ(୧୩) ଉଭୟଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ସେମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ଅନାଥ ପିଲାମାନଙ୍କ ଭରଣପୋଷଣ ଦାଇତ୍ୱ ଓ ମାଗଣାରେ ଉଚ୍ଚଶିକ୍ଷା ପ୍ରଦାନ କରିବା ଦାଇତ୍ୱ ସରକାର ବହନ କରିବାକୁ ସାଧାରଣ ଦାବି ହେଉଛି । ଘଟଣାରୁ ପ୍ରକାଶ ଯେ ମୃତ ଶରତ ଯାଜପୁର ରୋଡ ରେଲୱେ ଷ୍ଟେସନରେ କୁଲି କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଉକ୍ତ ପରିବାର ଭୂମୀହୀନ ହୋଇଥିବାରୁ ସମ୍ବଳ କହିଲେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିକ ଛଡା ଆଉ କିଛି ନାହିଁ । ଶରତ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳାନ୍ତି । ସେଥିରୁ କିଛି ଅର୍ଥ ସଂଚୟ କରି ୩ଜଣ ପିଲାଙ୍କୁ ପାଠ ପଢାଇବାରେ ଖର୍ଚ୍ଚ କରନ୍ତି । ମା ଚାଲିଗଲା ପରେ ବି ବାପା ପିଲା ମାନଙ୍କର ଖୁବ୍ ଯତ୍ନ ନିଅନ୍ତି । ସେମାନଙ୍କ ପାଠପଢା ଜାରି ରଖିବା ଦିଗରେ ପ୍ରୟାସ ବି ଜାରି ରୁହେ । ପିଲାମାନେ ପାଠପଢି ରୋଜଗାରକ୍ଷମ ହେବେ ବୋଲି ଆଶାଥିଲା । ମାତ୍ର ସେ ସବୁ ଅଧୁରା ରହିଗଲା । ଶରତ ଆରପାରିକୁ ଚାଲଗଲା ପରେ ପରିବାର ସ୍ୱପ୍ନ ଧୂଳିସାତ୍ ହୋଇଗଲା । ପିଲାମାନଙ୍କ ଉଚ୍ଚ ଶିକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିକ୍ରମରେ ଦେଖିଲେ ପୁଅ ପିତବାସ ଏବେ ଶଙ୍ଖଚିଲା ସ୍ଥିତ ମାହିଙ୍ଗୁଳା ଉଚ୍ଚ ମାଧ୍ୟମକି କଲେଜରେ ଯୁକ୍ତ ଦୁଇ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ବଡଝିଅ ସୁପ୍ରିୟା ଓ ସୁଲଗ୍ନା ରାଛିପୁର ପଂଚାୟତର ଯୁଝୁପଦା ହାଇସ୍କୁଲରେ ଦଶମ ଓ ନବମ ଶ୍ରେଣୀରେ ପାଠ ପଢୁଛନ୍ତି । ତେବେ ଏ ସବୁ ଶ୍ରେଣୀରେ ପଢୁଥିବା ପିଲାମାନଙ୍କ ପାଇଁ ସରକାରୀ ସହାୟତା ମିଳୁନାହିଁ । ବାପା ଚାଲିଗଲା ପରେ ପିଲାମାନଙ୍କ ପାଠପଢା ପ୍ରଭାବିତ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ପିଲାମାନେ ରୋଜଗାରକ୍ଷମ ନୁହଁନ୍ତି । ପେଟ ପାଇଁ ଏମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯିବାର ସମ୍ଭାବନା ବଢି ଯାଇଛି । ଝିଅ ପିଲା ଦୁହିଁଙ୍କୁ ସାମଜିକ ସୁରକ୍ଷା ବିପନ୍ନ ହୋଇଯାଇଛି । ଏଭଳି ସ୍ଥିତିରେ ସେମାନେ କିପରି ଦୈନନ୍ଦିନ ଜୀବନ ନିର୍ବାହ କରିବେ ତା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ଅନାଥ ପିଲାଙ୍କୁ ସରକାରଙ୍କ ଆଶ୍ରିର୍ବାଦ ଯୋଜନାରେ ସାମିଲ କରିବାକୁ ଦାବି ହେଉଛି ।
୩ପିଲାଙ୍କୁ ଅନାଥ କଲା ଜଣ୍ଡିସ୍ ରୋଗ, ସରକାରୀ ସହାୟତା ଦାବି ୫ବର୍ଷ ମା ଚାଲିଯାଇଥିଲା, ଏବେ ବାପା ଚାଲିଗଲେ
|
July 7, 2021 |