୨୭ ତାରିଖଠାରୁ ରାଜ୍ୟରେ ଥଣ୍ଡା କମିବ 

Spread the love

ଭୁବନଶ୍ଵର, ୨୫/୧/୨୦ (ସନ୍ଧାନ ନିଉଜ) : ଆସନ୍ତା ୨୭ ତାରିଖଠାରୁ ରାଜ୍ୟରେ ଥଣ୍ଡା କମିବ। ବଢ଼ିବ ତାପମାତ୍ରା । ୨୮ରୁ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ପାଣିପାଗ ବିଶେଷଜ୍ଞଙ୍କ ଆକଳନ ହେଲା ୨୫ ତାରିଖରେ ଉତ୍ତର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିବ। ୨୮ ତାରିଖ ସୁଦ୍ଧା ୬ ଡିଗ୍ରିରୁ ଅଧିକ ବଢ଼ିବ। ତେବେ ୨୬ ତାରିଖରୁ ପଶ୍ଚିମ ଓଡ଼ିଶାରେ ଶୀତ କମିବ। ଭୁବନେଶ୍ଵର ଓ ଦକ୍ଷିଣ ଓଡ଼ିଶାରେ ୨୭ ତାରିଖରୁ ଶୀତ କମିବ। ୨୮ ତାରିଖରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ ରହିବ। ଉପକୂଳ, କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାରେ ଅଳ୍ପ କିଛି ସ୍ଥାନରେ ସ୍ଵଳ୍ପ ବର୍ଷା ଏବଂ ଅନ୍ୟ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ପାଗ ଶୁଖିଲା ରହିବ। ୨୯ ତାରିଖରେ ଉତ୍ତର ଓଡ଼ିଶାର ‌କେତେକ ସ୍ଥାନରେ ମେଘୁଆ ପାଗ ରହିବା ସହ ଅଳ୍ପ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

Related Posts

About The Author

Add Comment