ଜେନାପୁର,୧୨/୧୧ (ସନ୍ଧାନ ନ୍ୟୁଜ୍) : ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ଅଧିନସ୍ଥ ଦଇପୁର ଖେଳପଡିଆ ଠାରେ ଦୀର୍ଘ ୨୬ବର୍ଷ ଧରି ଯୁବପିଢିଙ୍କ ମିଳିତ ସହଯୋଗରେ ଗଢି ଉଠିଥିବା ଶ୍ରୀଚୈତନ୍ୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ର ଅନ୍ତିମ ଦିନ ମ୍ୟାଚ୍ ରେ କାଏମା କୁ ହରାଇ ସୁଙ୍ଗୁଡା ବିଜୟୀ ଲାଭ କରିଛି । ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ରେ ୧୨ଟି ଦଳ ମଧ୍ୟରୁ ଦୁଇଟି ଦଳ ବିଜୟୀ ହୋଇ ଗ୍ରାଣ୍ଡ ଫାଇନାଲ କୁ ଯାଇଥିଲେ । ଏହି ମ୍ୟାଚ୍ ରେ ପ୍ରଥମେ ସୁଙ୍ଗୁଡା ଟଚ୍ ରେ ବିଜୟୀ ହୋଇ ବ୍ୟାଟିଙ୍ଗ୍ ର ନିଷ୍ପତି ନେଇଥିଲା ଏବଂ କାଏମ ବୋଲିଂ କରିଥିଲା । ଏହି ଗ୍ରାଣ୍ଡ୍ ଫାଇନାଲ୍ ମ୍ୟାଚ୍ ଟି ୧୮ ଓଭର୍ ବିଶିଷ୍ଟ ହୋଇଥିଲା । ସୁଙ୍ଗୁଡା ୧୮ ଓଭର୍ ରେ ୧୫୪ ରନ କରି କାଏମା କୁ ୧୫୫ ରନ୍ ର ବିଜୟୀ ପାଇଁ ଟାରଗେଟ୍ ଦେଇଥିଲା । ଏବଂ କାଏମା ୧୮ ଓଭର୍ ଶେଷ ସୁଦ୍ଧା ୧୩୨ ରନ୍ କରି ପରାଜୟ ହୋଇଥିଲା। ସୁଙ୍ଗୁଡା ଏବଂ କାଏମା ମଧ୍ୟରେ ଏହି ମ୍ୟାଚ୍ ବହୁତ୍ ରୋମଞ୍ଚକର ହୋଇଥିଲା । ସଙ୍ଘର୍ଷ ପୂର୍ଣ୍ଣ ଗ୍ରାଣ୍ତ୍ ଫାଇନାଲ୍ ମ୍ୟାଚ୍ ରେ ଅଞ୍ଚଳର ସୁପ୍ରସିଦ୍ଧ ଷ୍ଟାଇଲିଷ୍ଟ୍ ଓ ବିଜ୍ଞ ଅମ୍ପେୟାର୍ ବସନ୍ତ ପ୍ରଧାନ ଓ ତ୍ରିଲୋଚନ ସ୍ୱାଇଁ ପରିଚାଳନାର ଭାର ସମ୍ଭାଳି ଥିଲେ । ଏହି ମ୍ୟାଚ୍ ଦେଖିବା ପାଇଁ ଆଖପାଖ ଗ୍ରାମର ହଜାରୁ ଉର୍ଦ୍ଧ୍ବ କ୍ରିକେଟ୍ ପ୍ରେମୀ ଦେଖିବା ପାଇଁ ଗ୍ୟାଲେରୀରେ ଭିଡ ଜମାଇଥିଲେ । କ୍ରିକେଟ୍ ପ୍ରେମୀଙ୍କ ମନୋରଞ୍ଜନ ପାଇଁ ଛକା ଚଉକା ସମୟରେ ନୃତ୍ୟାଙ୍ଗନା ନୃତ୍ୟ ତାଳରେ ଦର୍ଶକଙ୍କ ମନ ମୋହି ପାରିଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକଙ୍କ ବଡଭାଇ ଶୀତାଂଶୁ ଶେଖର ସାହୁ ଯୋଗଦେଇ ଖେଳାଳିମାନଙ୍କ ଉତ୍ସାହ ଦୁଇଗୁଣିତ କରିଥିଲେ । ଏବଂ ସମ୍ମାନନୀୟ ଅତିଥି ଭାବେ ଦଇପୁର ଗ୍ରାମର ପୂର୍ବତନ ଡାକ ଅଧିକାରୀ କାହ୍ନୁ ଚରଣ ଖଟୁଆ, ଗ୍ରାମର ମୁଖିଆ ପିତବାସ ସାହୁ,ଶୀବତ୍ସ ଧୀର୍,ସନ୍ଦୀବ୍ ଜେନା,ରଞ୍ଜିତ୍ ଦୋରା ଓ ପ୍ରଭାକର ପଣ୍ତା ଯୋଗ ଦେଇଥିଲେ । ଏଥିରେ ଶ୍ରୀଚୈତନ୍ଯ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ର ସମସ୍ତ ଜୁନିୟର ଓ ସିନିୟର୍ ମାନଙ୍କ ମିଳିତ ସହଯୋଗରେ ମ୍ୟାଚ୍ ଟି ସଫଳ ଭାବେ ପରିଚାଳନା ହୋଇପାରିଥିଲା ।
୨୬ ତମ ଶ୍ରୀଚୈତନ୍ଯ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସୁଙ୍ଗୁଡା ବିଜୟୀ
|
November 13, 2025 |



