ଭଣ୍ଡାରିପୋଖରୀ,୧୮/୧୦ (ସନ୍ଧାନ ନିୟୁଜ/ରମେଶ ନାୟକ) ଭଣ୍ଡାରିପୋଖରୀ ବ୍ଲକର ଦକ୍ଷିଣବାଡ ଗ୍ରାମର ବିପିନ ବିହାରୀ ସେଠୀ ଦୀର୍ଘ ୨୫ ବର୍ଷ ପରେ ମା କୋଳକୁ ଫେରିଆସିଥିବା ଜଣାଯାଇଛି । ୧୯୯୫ ମସିହାରେ ୨୩ବର୍ଷ ବୟସରେ ଘରୁ ରାଗି ବିପିନ ପଳାଇଯାଇଥିଲେ । ଏବେ ତାଙ୍କୁ ୪୮ବର୍ଷ ଓ ଅବିବାହିତ । ଦୀର୍ଘ ୨୫ବର୍ଷ ପରେ ପୁଅକୁ ପାଇ ମା ଆତ୍ମହରା ହୋଇପଡିଥିଲେ । ଘରକୁ ଫେରିଥିବାରୁ ଗାଁ ସାହି ପଡିଶା ଲୋକେ ଦେଖିାବକୁ ଗହଳି ଲଗାଇଛନ୍ତି । ଘରୁ ପଳାଇଲା ପରେ ପରିବାର ଲୋକେ ବିଭିନ୍ନ ଆଡେ ଖୋଜାଖୋଜି କରି କୌଣସି ସନ୍ଧାନ ପାଇନଥିଲେ । ଇତି ମଧ୍ୟରେ ବିପିନଙ୍କ ପିତା କୃଷ୍ଣଚନ୍ଦ୍ର ଓ ଏକମାତ୍ର ଭାଇ ନୃସିଂହଙ୍କର ସଡକ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ଘରେ ବିଧବା ମା, ଭାଉଜ ଓ ଅବିବାହିତ ପୁତୁରା ଅଛନ୍ତି । ଘରୁ ପଳାଇଯାଇ ଦିଲ୍ଲୀରେ କାର୍ଯ୍ୟ କରୁଥିଲେ ବିପିନ । ଗତ କିଛି ଦିନ ମଧ୍ୟରେ ଘର ସମ୍ପର୍କରେ ବାରମ୍ବାର ସ୍ୱପ୍ନ ଦେଖୁଥିଲେ । ସନ୍ଦାନ ନେଇ ଭୁବନେଶ୍ୱରରେ ରହୁଥିବା ତାଙ୍କ ଭଉଣୀଙ୍କ ନିକଟରେ ପହଞ୍ôଚ ଥିଲେ । ସେଠାରୁ ଗ୍ରାମକୁ ଶୁକ୍ରବାର ଫେରିଥିଲେ । ଅବଶିଷ୍ଟ ଜୀବନ ଗାଁ ହିଁ କଟାଇବେ ବୋଲି ବିପିନ କହିଛନ୍ତି ।
୨୫ବର୍ଷ ପରେ ମା କୋଳକୁ ଫେରିଲା ପୁଅ
|
October 18, 2019 |
