୨୫ତମ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ କରାଗଲା

Spread the love

ଯାଜପୁର ସଦର,୨୭/୧୨/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ୨୫ତମ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବା ବେଳେ, ଯାଜପୁର ବିଧାୟକ ବିଜେଡ଼ିର ଯୁବ ସଂଗଠକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ୭ଟି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରତିଷ୍ଟା ଦିବସ ପାଳନ କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠନ କରାଯଇଥିବା ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଟା ଦିବସ ଅନୁଷ୍ଟିତ ହୋଇଥିବା ବେଳେ, ସାଢ଼େ ଚାରି କୋଟି ମୋ ପରିବାର ମୋ ସାଥିରେ ରହିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଜୁ ବାବୁଙ୍କ ସ୍ୱପ୍ନ ଓଡ଼ିଶାବାସୀଙ୍କ ସାଥିରେ ରହିଛନ୍ତି ଏବଂ ରହିଛନ୍ତି ବୋଲି ବହୁ ବିରଷ୍ଟ ନେତାମାନେ ତାଙ୍କ ବକ୍ତବ୍ୟରେ ସୂଚନା ଦେଇଥିଲେ । ଯାଜପୁର ବ୍ଲକ୍ ନିକଟସ୍ଥ ମହେଶ୍ୱରପୁର ଠାରେ ଦଳିୟ ସମାବେଶରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭେବେ ଯୋଗଦେଇ ଓଡ଼ିଶା ପାଇଁ ବିଜୁ ବାଜୁ ସବୁବେଳେ, ଲଢ଼େଇ କରୁଥିବା ବେଳେ, ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ ସାଢ଼େ ଚାରୀକୋଟି ପରିବାରଙ୍କୁ ଲୋକର ଭୁଗୋଳକୁ ବଦଳାଇ ଦେଇଥିବା ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ । ଶିକ୍ଷା ଠାରୁ ଆରମ୍ଭ କରି ମହିଳା ଶଶକ୍ତି କରଣ ସ୍ୱାସ୍ଥ୍ୟ ଗମନା ଗମନ ହୋଇଥିବା ବେଳେ, ଯାଜପୁର ଜିଲ୍ଲାର ମାନଚିତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ, ଯାଜପୁରକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିବା ଶ୍ରୀ ଦାସ କହିଥିଲେ । ବ୍ଲକ ବିଜେଡ଼ି ସଭାପତି ପରେଶ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ୨୫ତମ ସମାବେଶରେ ଯାଜପୁର ବ୍ଲକ୍ ଅଧ୍ୟକ୍ଷ ପ୍ରଦିପ ନାୟକ ଯୋଗଦେଇ ଥିବା ବେଳେ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ରାଉତ ଯୋଗଦେଇଥିଲେ । ଯାଜପୁର ବ୍ଲକର ବିରଷ୍ଟ ବିଜେଡ଼ି ପର୍ଯ୍ୟବେକ୍ଷକ ଦିଲିପ ଜେନା(ଟୁନା) ବିଜେଡ଼ି ନେତା ଗଣେଷ ଚନ୍ଦ୍ର ମହାକୁଡ଼, ପ୍ରକାଶ ତ୍ରିପାଠୀ, ବ୍ରଜ କିଶୋର ପାଢ଼ୀ, ସମିତି ସଭ୍ୟ ମମତା ତରାଇ ଗୋକୁଳାନନ୍ଦ ରାଉତ, ଅନିଲ ସାହାଣୀ, ବିଶ୍ୱନାଥ ସ୍ୱାଇଁ, ରାଜ କିଶୋର ସ୍ୱାଇଁ, ଅମରେନ୍ଦ୍ର ମିଶ୍ର ପ୍ରତିଷ୍ଟା ଦିବସରେ ଯୋଗଦାନ କରି ତାଙ୍କ ବକ୍ତବ୍ୟ ରଖିଥିଲେ । ଯାଜପୁର ବ୍ଲକର ବହୁ ବିଜେଡ଼ି କର୍ମୀ ଯୋଗଦେଇଥିବା ବେଳେ, ଯାଜପୁର ଜିଲ୍ଲାର କୋରେଇ, ବଡ଼ଚଣା, ଧର୍ମଶାଳା, ବରୀ, ବିଞ୍ଝାରପୁର, ସୁକିନ୍ଦା ୭ଟି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି କର୍ମୀମାନେ ବିଧାୟକ, ବିଧାୟୀକା ପଂଚାୟତ ସରପଂଚ ସମିତି ସଭ୍ୟ ବ୍ଲକର ଅଧ୍ୟକ୍ଷ ଅଧ୍ୟକ୍ଷା ଯୋଗଦେଇଥିବା ବେଳେ, ବିଜୁ ଜନତା ଦଳର ବରିଷ୍ଟ ସଂଗଠନର ସଂଗଠକ ସଭାପତି ଯୋଗଦାନ କରି ୨୫ତମ ବିଜୁ ଜନତା ଦଳର ପ୍ରତିଷ୍ଟା ଦିବସ ପାଳନ କରାଯାଇଥିଲା ।

Related Posts

About The Author

Add Comment