୨୧ବୋତଲ ବିଦେଶୀ ମଦ ଜବତ, ବ୍ୟବସାୟୀ କୋର୍ଟ ଚାଲାଣ

Spread the love

ରସୁଲପୁର, ୩/୩ (ସନ୍ଧାନ ନିଉଜ/ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ପଂଚାୟତ ଶୁଳିଆ ଗ୍ରାମରୁ ଗତକାଲି ରାତିରେ କୁଆଖିଆ ଥାନା ପାଟ୍ରୋଲିଂ ଗାଡି ପକ୍ଷରୁ ଏକ ଚୋରା ମଦ ବ୍ୟବସାୟୀକୁ ଗିରଫ କରାଯାଇଛି । ପୋଲିସ ତା ନିକଟରୁ ୨୧ ବୋତଲ ଚୋରା ବିଦେଶୀ ମଦ ଜବତ କରିଛି । ଅଭିଯୁକ୍ତକୁ ପୋଲିସ ଆଜି କୋର୍ଟ ଚାଲଣ କରିଛି ।
ଘଟଣାରୁ ପ୍ରକାଶ ଯେ ଥାନା ପକ୍ଷରୁ ପାଟ୍ରୋଲିଂ ଚାଲୁଥିବା ବେଳେ ସବ୍-ଇନ୍ସିପେକ୍ଟର ଅନିତା ପ୍ରଧାନ ଶ୍ୟାମସୁନ୍ଦର ସାହୁଙ୍କ ଘର ଉପରେ ଚଡାଉ କରିଥିଲା । ପୋଲିସ ଚୋରା ମଦ ବେପାରୀ ଘରର ଏକ ପରିତ୍ୟକ୍ତ ସ୍ଥାନରୁ ୨୧ ବୋତଲ ମଦ ଜବତ କରିବା ସହ ତାକୁ ଗିରଫ କରିଥିଲା । ଏ ନେଇ ଥାନାରେ ପୋଲିସ କେସ୍ ନଂ-୪୯/୧୯ରେ ଏକ ମାମଲା ରୁଜୁ କରିବା ସହ ତାକୁ ଆଜି କୋର୍ଟ ଚାଲାଣ କରିଛି ।

Related Posts

About The Author

Add Comment