୨୦ ଯାଏଁ  ବିଶ୍ରାରେ କଣ୍ଟେନମେଣ୍ଟ ଜୋନ କଟକଣା 

Spread the love
ସୁନ୍ଦରଗଡ଼,୧୯/୦୪ (ସନ୍ଧାନ ନିଉଜ) : ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା କଣ୍ଟେନମେଣ୍ଟ ଜୋନ ଅବଧି ଆହୁରି ୪୮ଘଣ୍ଟା ବଢିଛି। ଶୁକ୍ରବାର ଏକ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ। ସେ କହିଛନ୍ତି କଣ୍ଟେନମେଣ୍ଟ କଟକଣା ଏପ୍ରିଲ ୨୦ ତାରିଖ ପୂର୍ବାହ୍ନ ୧୧ଟା ଯାଏଁ ଜାରି ରହିବ। ଏହା ପୂର୍ବରୁ ମଧ୍ୟ ତିନି ଥର କଟକଣା ଅବଧି ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ ଗତ ୧୨ ତାରିଖରେ ସ୍ଥାନୀୟ ଅଞ୍ଚଳରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଶ୍ରାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା।

Related Posts

About The Author

Add Comment