୨୦୧୭ରେ ଉତ୍ତରାଖଣ୍ଡକୁ ଖୋଲା ମଳତ୍ୟାଗ ମୁକ୍ତ ବୋଲି ଘୋଷଣା କରାଯାଇଥିଲା,ଏବେ ୬୬ହଜାର ଘରେ ନାହିଁ ଶୌଚାଳୟ

Spread the love
  • 1
  •  
  •  
  •  
  •  
    1
    Share

ଡେରାଡୁନ୍‌,୧/୨ (ସଧଂ।ନ ନିିିିୟୁଜ) : ଉତ୍ତରାଖଣ୍ଡ ରାଜ୍ୟକୁ ଜୁନ୍‌ ୨୨, ୨୦୧୭ରେ ଖୋଲା ଶୌଚ ମୁକ୍ତ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ୬୬ହଜାର ଘରେ ଶୌଚାଳୟ ନଥିବା ସୂଚନା ମିଳିଛି। ସ୍ୱଚ୍ଛ ଭାରତ ଅଭିଯାନରେ ଭାରତ ସରକାର ସବୁ ଘରେ ଶୌଚାଳୟ ତିଆରି କରିବା ନେଇ ଘୋଷଣା କରିବା ସହ ଏ ନେଇ ଲୋକମାନଙ୍କୁ ଅର୍ଥ ଯୋଗାଇ ଦେଇଥିଲେ । ଉତ୍ତରଖଣ୍ଡରେ ଥିବା ପ୍ରାୟ ୬୫,୬୬୪ଘରେ ଶୌଚାଳୟ ତିଆରି ପାଇଁ ଅର୍ଥ ଯୋଗାଇ ଦିଆ ଯାଇଥିଲା । ଯାହା ପରେ ୨୦୧୭ରେ ଉତ୍ତରାଖଣ୍ଡକୁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ଖୋଲା ମଳତ୍ୟାଗ ମୁକ୍ତ ବୋଲି ଘୋଷଣା କରିଥିଲେ । କିନ୍ତୁ ଏବେ ସୂଚନା ଅଧିକାର ଆଇନ ମାଧ୍ୟମରେ ମିଳିଥିବା ସୂଚନା ଏହି ଘୋଷଣାକୁ ମିଛ ବୋଲି ପ୍ରମାଣ କରିଛି ।

ପ୍ରତି ଘରକୁ ଶୌଚାଳୟ ନିର୍ମାଣ ପାଇଁ ୧୨ହଜାର ଟଙ୍କା ଲେଖାଏଁ ଦିଆ ଯାଉଥିବା ବେଳେ ଏବେ ଆର୍‌ଟିଆଇ ଉତ୍ତରାଖଣ୍ଡର କେଉଁ ଜିଲ୍ଲାରେ କେତୋଟି ଶୌଚାଳୟର ଆବଶ୍ୟକତା ରହିଛି ତାହା ଜଣାଇଛି । ପୌରୀରେ ୫,୦୮୫, ବାଗେଶ୍ୱର ୧,୦୮୭,ଚମ୍ପାଓ୍ଵତ୍‌ରେ ୩,୩୦୨,ହରିଦ୍ୱାରରେ ୮,୨୦୩,ଉଧମ୍‌ ସିଂହ ନଗରରେ ୧୭,୦୦୪,ପିଠୋରାଗଡ଼ରେ ୩,୧୧୨,ଟେହ୍‌ରିରେ ୫,୮୦୧,ରୁଦ୍ରପ୍ରୟାଗରେ୨,୨୦୦,ଡେରାଡୁନ୍‌ରେ ୩୩୫,ଏବଂ ଉତ୍ତରାକ୍ସିରେ ୬,୫୨୮ଟି ଶୌଚାଳୟ ତିଆରି ହେବାକୁ ବାକିଥିବା ଜଣାପଡ଼ିଛି ।

  • 1
    Share

Related Posts

About The Author

Add Comment