୨୦୦ ଉହାନ ଫେରନ୍ତା ଭାରତୀୟ ଘରକୁ ଫେରିବେ

Spread the love

ନୂଆଦିଲ୍ଳୀ, ୧୭/୨/୨୦ (ସନ୍ଧାନ ନିଉଜ) : ଚୀନର ଉହାନରୁ ଫେରି ନୂଆଦିଲ୍ଳୀର ଚାୱାଲାରେ ଭାରତ-ତିବ୍ବତ ସୀମା ପୁଲିସ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ରହିଥିବା ୪୦୬ଜଣଙ୍କ ଠାରେ କରୋନା ସଂକ୍ରମଣ ନଥିବା ନେଇ ସର୍ବଶେଷ ପରୀକ୍ଷା ରିପୋର୍ଟରୁ ଜଣାପଡିଛି। ଏହି ସବୁ ଲୋକମାନେ ଚୀନ, ଉହାନରୁ ଫେରିବା ପରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନୀରିକ୍ଷଣରେ ରଖାଯାଇଥିଲା। ଏମାନଙ୍କ ମଧ୍ୟରେ ଥିବା ସାତଜଣ ମାଲଦ୍ୱୀପ ନାଗରିକ ଚଳିତମାସ ପହିଲା ଏବଂ ଦୁଇ ତାରିଖରେ ଆଇଟିବିପି କେନ୍ଦ୍ରରେ ରହିଥିଲେ। ଏମାନଙ୍କ ମଧ୍ୟରେ ସାତଜଣ ପିଲା ଥିବାବେଳେ ଜଣେ ଶିଶୁ ମଧ୍ୟ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ସମସ୍ତ ନୀତିନିୟମ ଅନୁଯାୟୀ ଆଇଟିବିପି କେନ୍ଦ୍ରରୁ ସୋମବାର ଏମାନଙ୍କୁ ଛାଡି ଦିଆଯିବ। ସାତଜଣ ମାଲଦ୍ୱୀପ ନାଗରିକଙ୍କ ସମେତ ପ୍ରାୟ ୨୦୦ ଲୋକ ଆଜି ରାତି ସୁଦ୍ଧା ନିଜ ନିଜ ଘରକୁ ଫେରିଯିବେ। ମଙ୍ଗଳବାର ସୁଦ୍ଧା ପ୍ରାୟ ସମସ୍ତେ ଏହି ଶିବିରରୁ ନିଜ ଘରକୁ ଫେରିଯିବେ। ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଅପରାହ୍ନରେ ଆଇଟିବିପି ଶିବିର ପରିଦର୍ଶନ କରି ଚିକିତ୍ସକ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଶିବିରରେ ଥିବା ୨୦୪ ଜଣ ପୁରୁଷ ଏବଂ ୧୯୨ ଜଣ ମହିଳାଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ନିଜ ନିଜ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି।

Related Posts

About The Author

Add Comment