ବାରିପଦା, 24.01.2021 (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):– ପ୍ରତିବର୍ଷ ଭୁବନେଶ୍ୱରର କିଛି କିଛି ସ୍ଥାନରେ ପୁଷ୍ପ ପ୍ରଦର୍ଶନୀ ଦେଖିବାକୁ ମିଳେ । ଏଥିସହ ରାଜଭବନ ଉଦ୍ୟାନ ବି ବର୍ଷରେ ଥରେ ଖୋଲାଯାଇଥାଏ । ସାଧାରଣ ଲୋକ ରାଜଭବନ ଉଦ୍ୟାନ ବୁଲିବାର ସୁଯୋଗ ପାଆନ୍ତି । ହେଲେ କରୋନା କଟକଣାକୁ ଦୃଷ୍ଟିରେ ରଖି ଏଥର ରାଜଭବନ ଉଦ୍ୟାନ ବନ୍ଦ ରହିଥିଲା । ଫଳରେ ଭୁବନେଶ୍ୱରବାସୀ ଏଥର ପୁଷ୍ପ ପ୍ରଦର୍ଶନୀ ଦେଖି ପାରିବେନି ବୋଲି ମନ ଉଣା କରୁଥିଲେ ଆଜିଠାରୁ ଏକାମ୍ର ପୁଷ୍ପ ପ୍ରଦର୍ଶନୀ ଆରମ୍ଭ ହେଉଛି । କୋଭିଡ୍ କଟକଣାକୁ ଧ୍ୟାନରେ ରଖି ଏହା ଏକାମ୍ର କାନନରେ ଦୁଇଦିନ ଧରି ଚାଲିବ । ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଅଧୀନରେ ପ୍ଲାଣ୍ଟ ଲଭର୍ସ ଆସୋସିଏସନ, ଓଡ଼ିଶା ମାଇନିଂ କର୍ପୋରେସନ୍ ଲିମିଟେଡ ଏବଂ ଡାଇରେକୋ୍ଟରେଟ ଅଫ ହର୍ଟିକଲଚର, ଓଡ଼ିଶାର ମିଳିତ ସହଯୋଗରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏଥିପାଇଁ ସକାଳ ୭ଟାରୁ ୯ଟା ଯାଏ ରେଜିଷ୍ଟ୍ରେସନ୍ କରାଯିବ । ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି । ରବିବାର ଅପରାହ୍ନ ୪ଟାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହେବ ।
୨ଦିନ ଧରି ଚାଲିବ ଏକାମ୍ର ପୁଷ୍ପ ପ୍ରଦର୍ଶନୀ
|
January 24, 2021 |
![](https://sandhannews.com/wp-content/uploads/2021/01/SN-3.jpg)