୨ଟି ଘରେ ନିଆଁ ଲଗାଇ ଜାଳି ଦେଲେ ଦୁର୍ବୃତ୍ତ

Spread the love

ଆନନ୍ଦପୁର, 11.02.2021 (ସନ୍ଧାନ ନିଉଜ୍) :- ସରକାରୀ ଜମି ଜବର ଦଖଲକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ପରବର୍ତ୍ତୀ ସମୟରେ ସରକାରୀ ଜମିରେ ନିର୍ମାଣ ହୋଇଥିବା ୨ଟି ଘରକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା​‌ ଲାଗି ରହିଛି। ଆନନ୍ଦପୁର ଉପଖଣ୍ଡ ଘଷିପୁରା  ଥାନା ରେକୁଟିଆ ଗାଁ ରଗୁଡି ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି    ସୂଚନାଯୋଗ୍ୟ ଯେଦୀର୍ଘଦିନ ଧରି ରେକୁଟିଆ କଲେଜ ପଛପଟ ସରକାରୀ ଜମିରେ ୨ଟି ପରିବାର ବସବାସ କରି ଆସୁଥିଲେ। ସରକାରୀ ଜମିରେ ବାଡ ବସାକୁ ନେଇ ସ୍ଥାନୀୟ କେହି ଜଣେ ସେମାନଙ୍କୁ ବାରଣ କରିଥିଲେ। ଏ ନେଇ ଉଭୟଙ୍କ ପାଟିତୁଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ୨ଟି ପରିବାର ୨ଟି ଘର କେହି ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଛନ୍ତି। ପରିବାର ଲୋକଙ୍କ କହିବା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ଅନ୍ୟପଟେ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।

Related Posts

About The Author

Add Comment