ଦିଲ୍ଲୀ, ୧୪/୦୫ (ସନ୍ଧାନ ନିଉଜ): ଦକ୍ଷିଣ ପୂର୍ବ ବଙ୍ଗୋପସଗରରେ ଏକ ଲଘୁଚାପ ଘନୀଭୂତ ହେବାର ଲାଗିଛି ବୋଲି ଆଇଏମ୍ଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଏହା ଗତ ୨୪ ଘଂଟା ଭିତରେ ଏହା ଉତର-ପଶ୍ଚିମ ଦିଗକୁ ଗତିକରୁଥିବା ଜଣାପଡ଼ିଛି । ଏହି ଧୀରେ ଧୀରେ ଘନିଭୂତ ହୋଇ ୧୫ ତାରିଖରେ ଡିପ୍ରେସନର ରୂପ ନେଇ ୧୬ତାରିଖ ସନ୍ଧ୍ୟାରେ ବାତ୍ୟାରେ ପରିଣତ ହୋଇପାରେ । ପରେ ୧୭ ତାରିଖରେ ଏହା ଉତର-ପଶ୍ଚିମ ଦିଗରେ ଗତି କରିବ । ତେଣୁ ଏହାର ପ୍ରଭାବରେ ୧୮ ଓ ୧୯ ତାରିଖରେ ବଙ୍ଗୋପସାଗର ଅଶାନ୍ତ ହେବା ସହ ପବନର ବେଗ ବଢ଼ିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ସୂଚନା ଦିଆଯାଇଛି । ଏହା ସହିତ ପ୍ରାୟ ଉପକୂଳବର୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ହୋଇପାରେ ।
୧୯ରୁ ବର୍ଷା ଆଶଙ୍କା
|
May 14, 2020 |



