୧୭ ତମ ଜିଲ୍ଲା ସ୍ତରୀୟ ଅବିନାଶ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

Spread the love

ଯାଜପୁର ସଦର,  ୨୩/୨/୨୬ (ସନ୍ଧାନ ନ୍ୟୁଜ) :ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ  ଦୁବକଣ  ଜୟଚଣ୍ଡୀ ହାଇସ୍କୁଲ ସମ୍ମୁଖ ପଡିଆ ଠାରେ ନେତାଜୀ କ୍ଲବ ଆନୁକୂଲ୍ୟରେ ଶନିବାର  ୧୭ତମ  ଜିଲ୍ଲା ସ୍ତରୀୟ  ଅବିନାଶ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ  ହୋଇଯାଇଛି। ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥିଭାବେ  ମଙ୍ଗଳପୁର ଥାନାର ଆଇଆଇସି ରଞ୍ଜନ କୁମାର ବେହେରା  ଯୋଗ ଦେଇ ଆଜିର ଟୁର୍ନାମେଣ୍ଟ ଟିକୁ ଫିତା କାଟି ଉଦଘାଟନ କରିଥିବାବେଳେ ଉଦଘାଟନ ଉତ୍ସବରେ ସମ୍ମାନିତ ଅତିଥିଭାବେ  କମାରଡିହ ପାକ୍ସ ସଭାପତି ଭାଗିରଥି ସାହୁ, କମାରଡ଼ିହ ପଞ୍ଚାୟତର ଯୁବ ସମାଜସେବୀ  ପ୍ରିୟବ୍ରତ ବିଶ୍ୱାଳ, ନେତାଜୀ କ୍ଲବର ସଭାପତି ଜୟପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଆଜିର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ କୁଳସାହି  ଓ କରାଣ୍ଡିପୁର କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ  ପ୍ରଥମେ ଟସ ଜିଣି କରାଣ୍ଡିପୁର କ୍ରିକେଟ ଟିମ ନିର୍ଧାରିତ ୮ ଓଭରରେ ୪ ଉଇକେଟ ହରାଇ ୭୪ ରନ ସଂଗ୍ରହ କରିଥିବା ବେଳେ ଜବାବରେ କୁଳସାଇ କ୍ରିକେଟ ଟିମ ୮ ଓଭରରେ ୪ଉଇକେଟ ହରାଇ  ୬୮ ରନ ସଂଗ୍ରହ କରି ପରାଜିତ ହୋଇଥିବା ବେଳେ କରାଣ୍ଡିପୁର କ୍ରିକେଟ ଟିମ ସେମି ଫାଇନାଲକୁ ଉନ୍ନୀତ ହୋଇଥିଲେ  | ସେହିପରି ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ନୂଆପାଟଣା  ଓ ଏସଜି କଲେଜ ବୌଳାଙ୍ଗ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ  ନୂଆପାଟଣା ଟସ ଜିଣି  ୮ ଓଭରରେ ୨ ଉଇକେଟ ହରାଇ ୧୧୮ ରନ ସଂଗ୍ରହ କରିଥିବା ବେଳେ  ଜବାବରେ ଏସଜି କଲେଜ ଟିମ  ୮ ଓଭରରେ ୯ ଉଇକେଟ ହରାଇ ୪୮ ରନ ସଂଗ୍ରହ କରି ପରାଜିତ ହୋଇଥିଲେ ।  ପ୍ରଥମ ସେମିଫାଇନାଲ ମ୍ୟାଚ  ନୂଆପାଟଣା ଓ କରାଣ୍ଡିପୁର କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ ନୂଆପାଟଣା କ୍ରିକେଟ ଟିମ ନିର୍ଦ୍ଧାରିତ ୮ ଓଭରରେ ୬ ଉଇକେଟ ହରାଇ ୫୫ ରନ ସଂଗ୍ରହ କରିଥିଲେ|   ଜବାବରେ କରାଣ୍ଡିପୁର କ୍ରିକେଟ ଟିମ ୬ ଓଭରରେ ୪  ଉଇକେଟ ହରାଇ ୫୬ ରନ ସଂଗ୍ରହ କରି ଫାଇନାଲକୁ ଉନ୍ନୀତ ହୋଇଥିଲେ  ଅଜିତ କୁମାର ମଲ୍ଲିକ,ସୁନୀଲ କୁମାର ନାୟକ ଓ ବିଶ୍ୱଜିତ ନାୟକ  ଅମ୍ପେୟାର ଦାୟିତ୍ୱ ତୁଲାଇ ଥିବା ବେଳେ  ନିର୍ମଳ କୁମାର ଯେନା, ସନ୍ତୋଷ କୁମାର ପଣ୍ଡା ଭାଷ୍ୟକାର  ଏବଂ ସୁଶାନ୍ତ କୁମାର ଯେନା, ରଞ୍ଜିତ କୁମାର ପଣ୍ଡା  ସ୍କୋରବୋର୍ଡ଼ ଦାଇତ୍ୱ ତୁଲାଇଥିଲେ । ଟୁର୍ନାମେଣ୍ଟ ପରିଚାଳନାରେ କ୍ଲବର ସଭ୍ୟ ସୁବ୍ରତ କୁମାର ଯେନା, ଲଷ୍ମଣ ସେଠି, ସୁବାସ ମଲ୍ଲିକ, ବିଶ୍ୱଜିତ ପଣ୍ଡା, କ୍ଲବର ସମ୍ପାଦଜ ଆରତ ରଞ୍ଜନ ନାୟକ, ନିରଞ୍ଜନ ବାରିକ, ପତିତପାବନ ପଣ୍ଡା, ମନୋରଞ୍ଜନ ମଲ୍ଲିକ, ଲିପୁ ଯେନା ପ୍ରମୁଖ ସହଯୋଗ କରିଥିଲେ

Related Posts

About The Author

Add Comment