୧୬ ଦିନରେ ବଲଦା ଖଣି ଆନ୍ଦୋଳନ : ବୁଡ଼ିଲାଣି ୩୦୦ କୋଟି

Spread the love

କେନ୍ଦୁଝର , ୩୧/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):କେନ୍ଦୁଝର ଜିଲ୍ଲା ବଲଦା ଲୁହାପଥର ଖଣି ସମ୍ମୁଖରେ ପରିବହନ କାମ ଦାବିରେ କିଛି‌ ଲୋକ ଧାରଣା ଦେଇଛନ୍ତି। ଏଥିପାଇଁ ଦୀର୍ଘ ୧୬ଦିନ ହେଲା ଖଣିରୁ ଲୁହାପଥର ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହାର ସିଧାସଳଖ ପ୍ରଭାବ ରାଜକୋଷ ସମେତ ଏକାଧୁକ ଷ୍ଟିଲ୍‌ ପ୍ଲାଣ୍ଟ ଉପରେ ପଡ଼ିଛି । ରାଜ୍ୟ ରାଜକୋଷ ପାଖାପାଖୁ ୩୦୦ କୋଟି ଟଙ୍କା କ୍ଷତି ସହିଥିବା ବେଳେ ୟାଦାନି ଷ୍ଟିଲ୍ ଆଣ୍ଡ ପାର ଭଳି ଏକାଧିକ ପ୍ଲାଣ୍ଟ କଞ୍ଚାମାଲ ଅଭାବରୁ ଏବେ ବନ୍ଦ ହେବାକୁ ବସିଲାଣି। କେନ୍ଦୁଝର ଜିଲ୍ଲାର ଲୁହାପଥର ଖଣିକୁ ଦୃଷ୍ଟିରେ ରଖି ଏକଦା ଜିଲ୍ଲାକୁ ମିତ୍ତଲ, ଉତ୍ତମ ଗାଲଭା ଭଳି ଏକାଧୂକ ବଡ଼ବଡ଼ ଷ୍ଟିଲ୍‌ କମ୍ପାନି ଆସିଥିଲେ। ଏଠାରେ ନିଜର ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିଥିଲେ ରାଜ୍ୟର ରାଜସ୍ବ ବୃଦ୍ଧି ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜିଲ୍ଲାର ହଜାର ହଜାର ଯୁବଗୋଷ୍ଠୀ ନିଯୁକ୍ତି ପାଇଥାନ୍ତି। ମାତ୍ର ଏସବୁ କମ୍ପାନି ନିଜ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପୂର୍ବରୁ ଲୋକଙ୍କ ଅଯୌକ୍ତିକ ଆନ୍ଦୋଳନ ଏବଂ ପ୍ରଶାସନର ଅସହଯୋଗ ପାଇଁ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଏବେ ବଲଦା ଖଣି ସମ୍ମୁଖରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରଶାସନ ପକ୍ଷରୁ ଆନ୍ଦୋଳନକୁ ବନ୍ଦ କରି ଶିଳ୍ପ ଅନୁକୂଳ ପରିବେଶ ତିଆରି କରିବା ଦିଗରେ ଯେଭଳି ଉଦ୍ୟମ କରାଯିବା କଥା ତାହା କରାଯାଉ ନାହିଁ । ଏଥିପାଇଁ ୧୬ ଦିନ ଧରି ଖଣି କାର୍ଯ୍ୟ ଠପ୍ ହୋଇଯାଇଛି। ରାଜ୍ୟ ସରକାର ପ୍ରଚୁର ରାଜସ୍ବ ହରାଉଥିବାବେଳେ ଶହଶହ ସୃ ଆଇରନ ପ୍ଲାଣ୍ଟ, ପିଲେଟ ପ୍ଲାଣ୍ଟ ଏବଂ ଷ୍ଟିଲ୍ ପ୍ଲାଣ୍ଡର ଉତ୍ପାଦନ ଉପରେ ସିଧାସଳଖ ପ୍ରଭାବ ପଡ଼ିଛି ।

Related Posts

About The Author

Add Comment