୧୬ କୋଟିର ଗଞ୍ଜେଇ ଗଛ ପୋଡାଗଲା

Spread the love

ପାରଳାଖେମୁଣ୍ଡି , ୦୯/୧୧ (ସନ୍ଧାନ ନିୟୁଜ) ଗଜପତି ଜିଲ୍ଲା ଅବକାରି ବିଭାଗ , ପୋଲିସ ଓ ରାଜସ୍ବ ବିଭାଗ ପକ୍ଷରୁ ରା. ଉଦୟଗିରି ଥାନା କଲିପଙ୍କ ଗ୍ରାମ ନିକଟ ପାହାଡରେ ଚଢାଉ କରି ଯାଇ ସେଠାରେ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଏହି ମୈାଜାର ୩୯ ନଂ ଖାତା ଅଧିନରେ ଥିବା ୧୩୧,୧୩,୯୮ ନଂ ପ୍ଲଟ୍ ରେ ଗଞ୍ଜେଇ ଚାଷ କରାଯାଇଥିଲା। ଏହି ସ୍ଥାନରେ ଗଞ୍ଜେଇ ଚାଷ କରାଯାଇଥିବା ଖବର ପାଇ ଗତ କାଲି ମିଳିତ ଭାବେ ଚଢାଉ କରାଯାଇଥିଲା। ଏହି ଚତାଉରେ ଏକ ଲକ୍ଷ ୬୫ ହଜାର ଗଞ୍ଜେଇ ଗଛ କଟାଯାଇ ତାକୁ ପୋଡି ନଷ୍ଟ କରାଯାଇଥିବା ରା. ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି। ନଷ୍ଟ କରାଯାଇଥିବା ଗଞ୍ଜେଇର ଅନୁମାନିକ ମୂଲ୍ୟ ୧୬ କୋଟି ଟଙ୍କା ହେବ ବୋଲି ଏସଡିପିଓ କହିଛନ୍ତି। ଚଢାଉରେ ଅବକାରୀ ବିଭାଗ ଇନିସପେକ୍ଟର ପଦ୍ମ ଚରଣ ସାହୁଙ୍କ ସହ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିବା ବେଳେ ରା. ଉଦୟଗିରି ଏସଡିପିଓ ଓ ଥାନା ଅଧିକାରୀ ମମତା ନାୟକଙ୍କ ନେତୃତ୍ବରେ ପୋଲିସ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଥିଲେ। ଏହି ଚଢାଉରେ ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ ଭାବେ ରା. ଉଦୟଗିରି ତହସିଲଦାର ସ୍କୃତିରଞ୍ଜନ ଶତପଥୀ ଉପସ୍ଥିତ ଥିଲେ।

Report- P Patra

Related Posts

About The Author

Add Comment