ଯାଜପୁର ସଦର, ୨୫/ ୦୩ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ୧୬୦ ତମ ରାଧାକାନ୍ତ ମେଳଣ ଗତ ୨୩ ତାରିଖ ରାତିରେ ପ୍ରଭୂ ଶ୍ରୀ ରାଧାକାନ୍ତ ଶୁସୋଜିତ ବିଭାନରେ ବାହାରି ଗ୍ରାମ ପରିକ୍ରମା କରିବା ସହତି ଥାନପତି ରାଧାକାନ୍ତ ଫଗୁ ଖେଳି ମେଳଣ ପଡ଼ିଆକୁ ବିଜେ କରିଥିଲେ । ଏହି ଅବସରରେ ପ୍ରଭୂ ରାଧାକାନ୍ତ ଅଲାଡ଼ି ଗ୍ରାମ ଦେଇ ମହାନ୍ତିଙ୍କ ଘରୁ ଭୋଗ ଖାଇ ବିରାଟ ପଟୁଆରରେ ସିଂହବାଦ୍ୟ ତାଳେ ଝୁଲି ଝୁଲି ଗୋପାଳ ମାନଙ୍କ କାନ୍ଧରେ ମେଳଣ ପଡ଼ିଆକୁ ବିଜେ କରିବା ସହିତ ମେଳଣ ପଡ଼ିଆ ପରିଶରରେ ମଣ୍ଡପ ମଧ୍ୟରେ ପହଁଞ୍ôଚଥିଲେ । ପ୍ରଭୂ ଶ୍ରୀ ରାଧାକାନ୍ତଙ୍କୁ ରୋଷଣୀ ମାଧ୍ୟମରେ ନିଆଯାଇ ରାଧାକାନ୍ତଙ୍କ ସତ୍ୱାଧିକାରୀ ସୁରେନ୍ଦ୍ର କୁମାର ଦାଶ ଏବଂ ପୁରୁଷୋତ୍ତମ ଦାଶଙ୍କ ତତ୍ୱାବଧାନରେ ପ୍ରଭୂ ଶ୍ରୀ ରାଧାକାନ୍ତଙ୍କୁ ମଣ୍ଡପରେ ବିଜେ କରିଥିଲେ । ପ୍ରଭୂଙ୍କୁ ନୈବେଦ୍ୟ କରାଯାଇ ଭକ୍ତମାନେ ଆର୍ଶ୍ରବାଦ ନେବା ସହିତ ୨ବର୍ଷ ଧରି କରୋନା ପ୍ରକୋପରେ ବନ୍ଦ ରହିଥିବା ବେଳେ, କରୋନା କମିଯିବାରୁ ଗୁରବାର ଦିନ ଉଦ୍ଯାପିତ ପ୍ରଭୂ ଶ୍ରୀ ରାଧାକାନ୍ତ ମାଳଣ କରାଯାଇଚି । ଏହି ଅବସରରେ ୧୬୦ ବର୍ଷ ମେଳଣ ପୁରଣ କରାଯାଇଥିବାରୁ ମେଳଣ କମିଟି ପକ୍ଷରୁ ଅନ୍ୟ ବିଭାନ ଗୁଡ଼ିକୁ ବରଣ କରାଯାଇଥିଲା । ବରଣ କରାଯାଇଥିବା ୧୦ ଖଣ୍ଡରୁ ଉର୍ଦ୍ଧ ବିଭାନ ମେଳଣ ପଡ଼ିଆକୁ ବିଜେ କରିଥିଲେ । ଶହ ଶହ ଭକ୍ତ ମାନଙ୍କୁ ନେଇ ବନ୍ଧଡିହ ହାଟ ମେଳଣ ଉଦ୍ଯାପନ ହୋଇଥିବା ବେଳେ, ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ମେଳଣ କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏସ୍ ଦାଶରଥି ପାତ୍ର ଏବଂ ବ୍ରହ୍ମବରଦା ପୋଲିସ, ଧର୍ମଶାଳା ପୋଲିସ ତିକ୍ଷ୍ଣ ନଜର ରଖିଥିଲେ । କମିଟି ପକ୍ôଷରୁ ଆଲୋକ ବ୍ୟବସ୍ଥା ପାନୀୟ ଜଳ ବ୍ୟବସ୍ଥା କରାଯିବା ସହିତ ମନୋରଂଜନ କରାଯିବା ପାଇଁ ମିନାବଜାର ଠାରୁ ଆରମ୍ଭ କରାଯାଇ ପ୍ରତ୍ୟେକ ବିଭାନ କମିଟି ପକ୍ଷରୁ ଭଜନ ସଧ୍ୟ୍ୟା ଗୀତିକାରଙ୍କ କଣ୍ଠରୁ ଭଜନ ସଂଧ୍ୟ୍ୟା କରାଯାଇଥିଲେ । ରାଧାକାନ୍ତ ମେଳଣ କମିଟି ପକ୍ଷରୁ ବିଭାନ ଗୁଡ଼ିକୁ ବିଦାକି ଦିଆଯିବା ସହିତ ସେମାନଙ୍କୁ ବିଭାନ ଗୁଡ଼ିକୁ ବିଦାୟ ଦିଆଯାଇଥିଲା ।
୧୬୦ତମ ରାଧାକାନ୍ତ ମେଳଣ ଉଦ୍ଯାପନ
|
March 25, 2022 |