୧୫ ଶହ ଲିଟର କ୍ଷୀର ଢାଳି ବିଏମ୍‌ସି ଆଗରେ ପ୍ରତିବାଦ ଦୁଗ୍ଧ ଚାଷୀ

Spread the love

ଭଦ୍ରକ ୧୩/୭ (ସନ୍ଧାନ ନିୟୁଜ ) ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଆଜି ଦେଖିବାକୁ ମିଳିଥିଲା ଏକ ଅଭିନବ ପ୍ରତିବାଦ | ୧ କି ୨ ଲିଟର ନୁହେଁ ଏକା ଥରକେ ୧୫ ଶହ ଲିଟର କ୍ଷୀର ଢାଳି ବିଏମ୍‌ସି ଆଗରେ ପ୍ରତିବାଦ କଲେ ଦୁଗ୍ଧ ଚାଷୀ | କ୍ଷୀରର ମାନକୁ ନେଇ ବିଏମ୍‌ସି ଆପତ୍ତି ଉଠାଇବାରୁ ବିଏମ୍‌ସି ଅଧିକାରୀଙ୍କ ଆଗରେ ୧୫ ଶହ ଲିଟର କ୍ଷୀର ଢାଳି ଦେଲେ ଚାଷୀ । ବାସୁଦେବପୁର ଦୁଗ୍ଧ ଶୀତଳ ଭଣ୍ଡାର ଅଧିନରେ ୧୫ଟି ସୋସାଇଟି ଓ ୧୨ଟି ବିଏମ୍‌ସିର ପ୍ରାୟ ଦୁଇ ହଜାର ଲିଟର କ୍ଷୀର ପ୍ରତିଦିନ ସଂଗ୍ରହ ହୋଇଥାଏ । ହଜାର ହଜାର ଚାଷୀ ଏହି ସୋସାଇଟିରେ କ୍ଷୀର ଦେଇଥାନ୍ତି । ହେଲେ କ୍ଷୀରର ସଠିକ୍‌ ମୂଲ୍ୟ ମିଳୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଗତକାଲି ରାତି ପର୍ଯ୍ୟନ୍ତ ବିଏମ୍‌ସି ଅଧିକାରୀ କ୍ଷୀର ନେଇନଥିବାରୁ ଚାଷୀମାନେ ଆଣିଥିବା ସମସ୍ତ କ୍ଷୀର ଢାଳିଦେଇଥିଲେ ।

Report- Ramesh Nayak

Related Posts

About The Author

Add Comment