୧୪୪ ବଳବତ୍ତର ସତ୍ତ୍ୱେ ଇଜି ମାଇଲ  ଘରବାରି ବିକ୍ରି କୁ ନେଇ  ପ୍ରଶ୍ନବାଚୀ,କୋର୍ଟ ରେ ଦ୍ୱାରସ୍ଥ।

Spread the love

ବଡଚଣା, ୧୯/୦୬/୨୦୨୧ (ସନ୍ଧାନ ନିଉଜ) : ଇଜମାଇଲି ଘରବାରି କୁ ନେଇ ଉଭୟ ଙ୍କ ମଧ୍ୟରେ କନ୍ଦଳ, ସମ୍ପୃକ୍ତ ଘରବାରି ଉପରେ ରେ ୧୪୪ ଧାରା ବଳବତ୍ତର ସ୍ଵତ୍ତ୍ୱେ ମାଲିକାନା  ହସ୍ତାନ୍ତର କୁ ନେଇ ଉଠିଛି ପ୍ରଶ୍ନ ଓ ବଡଚଣା  ସବ- ରେଜିଷ୍ଟର ନାମରେ ଆଣିଛନ୍ତି ଏହି ସଙ୍ଗୀନ ଅଭିଯୋଗ। ଏହି ଘଟଣା ଟି ଘଟିଛି, ଯାଜପୁର ଜିଲା ଦର୍ପଣି ତହସିଲ ଅନ୍ତର୍ଗତ  ନେଳିଆ ଗ୍ରାମ ପଞ୍ଚାୟତ ର ଗୋପପୁର ଅଂଚଳରେ। ସୂଚନା ଥାଉକି,ଅଭିଯୋଗ କାରୀ କପିଳ ଚରଣ ପୃଷ୍ଟି,ପି-ବିକଳ ଚରଣ ପୃଷ୍ଟି ଙ୍କ ଅଭିଯୋଗର ଶୁଣାଣି କରି ମାନ୍ୟବର  କୋର୍ଟ ଗୋପପୁର ରେ ଥିବା ଜମିର ପ୍ଲଟ ନମ୍ବର୍-୭୨ ଓ ଖାତା ନମ୍ବର୍୨୪୫/୮୮ ରେ ମୋଟ ୧୩୦ ଡେ,ସି ଇଜି ମାଇଲ ଘରବାରି ଜମି ରେ ୧୪୪ ଧାରା ଗତ ତା ୨୧-୧୨-୨୦୨୦ ରିଖରେ ଜାରି କରିଥିଲେ,ଫଳରେ ଧୀରେନ୍ଦ୍ର ନାଥ କର ଙ୍କ ଦୁଇ ପୁଅ ସୁଧୀର କୁମାର କର ଏବଂ ଅଧିର କୁମାର କର  ଙ୍କୁ କୋର୍ଟ ପକ୍ଷ ଭୁକ୍ତ କରି  ସମନ ଜାରି କରିଥିଲେ।  ପରବର୍ତ୍ତୀ ସମୟରେ  ଉକ୍ତ ଘର ବାରି କୁ ବଡଚଣା ସବ- ରେଜିଷ୍ଟର ଅଫିସରେ ମାଲିକାନା ହସ୍ତାନ୍ତର ହୋଇଥିବା ସୂଚନା ମିଳିଛି। ଏହି ମାମଲା ରେ ୧୪୪ ଧାରା ଜାରି ଥିବା ବେଳେ ଘରବାରି ଜମି  ରେଜେଷ୍ଟ୍ରି କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହି ସମ୍ବେଦନଶୀଳ ମାମଲାର  ବିଚାର  ଚଣ୍ଡିଖୋଲ କୋର୍ଟ ରେ ବିଚାର ଧିନ ଥିବା ବେଳେ,  ଉକ୍ତ ଘରବାରୀର ମାଲିକାନା  କିପରି ହସ୍ତାନ୍ତର ହୋଇ ପାରିଲା ବୋଲି ଅଭିଯୋଗ କରିଛନ୍ତି କପିଳ ଚରଣ ପୃଷ୍ଟି।  ତେବେ ଏହି ମାମଲା ର ସୁ ସମାଧାନ ହୋଇ ନ ଥିବା ବେଳେ, ଦର୍ପଣି ତହସିଲଦାର ସମେତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସୂଚନା ମିଳିଛି।

Related Posts

About The Author

Add Comment