୧୩ ଦିନ ହେବ ମାଆ ଙ୍କ ନିଖୋଜ ଦୁଇ ଝିଅ,ପୁଅଙ୍କ ଆଖିରୁ ଅଶ୍ରୁ ସୁଖୁନି,ଥାନାରେ ଲିଖିତ ଅଭିଯୋଗ

Spread the love

ସୁନ୍ଦରଗଡ ତା:୪/୧/୨୦୨୬(ସନ୍ଧାନ ନ୍ୟୁଜ) ଗତ ୧୩ ଦିନରୁ ମାଆ ଝିଅ ନିଖୋଜ କୁ ନେଇ ଥାନାରେ ଏତଲା  ପରେ ତଦନ୍ତ ଆରମ୍ଭ ହୋଇଛି ।ପରିବାରରେ ଶୋକାକୁଳ ପରିବେଶରେ ମାଆ କୁ ନ ପାଇ ଦୁଇ ଝିଅ,ପୁଅ ଆଖିରୁ ଅଶ୍ରୁ ଶୁଖୁନି ।  ସୂଚନା ଅନୁସାରେ  ସନ୍ତୋଷ ଚୌହାନ(୩୭ବର୍ଷ) ତୁମରିଆ ଗ୍ରାମ ଜିଲ୍ଲା – ଯଶପୁର, ଛତିଶ ଗଡ ରାଜ୍ୟର ଥିବାବେଳେ ସେ ତାଙ୍କ ପରିବାର ତଳସରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତିକିଲିପଡ଼ା ଗ୍ରାମରେ ପରିବାର ସହ ରହୁଥିଲେ । ତାଙ୍କ ପରିବାରରେ ପାଞ୍ଚ ଜଣ ଥିବାବେଳେ ଗତ ତା:୨୦/୧୨/୨୦୨୫ ରେ ସନ୍ତୋଷ ଚୌହାନଙ୍କ ସ୍ତ୍ରୀ ଶ୍ରୀମତି ଅନିତା ଚୌହାନ(୩୪ବର୍ଷ) ଗୋଟିଏ ୪ବର୍ଷ ଛୋଟ ଝିଅ କୁ ଧରି ଘରେ ଥିବା ଟଙ୍କା,ସୁନା ଗହଣା ଓ ଜୀବନ ବୀମା କାଗଜ ପତ୍ର ନେଇ  କୁଆଡେ ଚାଲିଯାଇଛନ୍ତି । ବିଗତ ୧୧ ଦିନ ଖୋଜାଖୋଜି କଲାପରେ ତାଙ୍କ ଖବର ନ ମିଳିବାରୁ ତଳସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସନ୍ତୋଷ ଚୌହାନ ଅତିଶିଘ୍ର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।ତଳସରା ଥାନା ଏହି ଅଭିଯୋଗ ପରେ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି ।

Related Posts

About The Author

Add Comment