୧୩୫୦ ଲିଟର ଦେଶୀ ମହୁଲି ଜବତ

Spread the love

ଭଦ୍ରକ, ୦୩.୦୨.୨୦୨୧ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ବସ୍ତା ଭିତରେ ମହୁଲି ମଦ । ଗୋଟିଏ କି ୨ଟି ବସ୍ତା ନୁହେଁ, ଏଭଳି ଘରୁ ଭିତରୁ ୨୭ ବସ୍ତା ମହୁଲି ମଦ ବାହାରିଛି। ଏହି ମହୁଲି ମଦର ପରିମାଣ ପ୍ରାୟ ୧୩୫୦ ଲିଟରରୁ ଅଧିକ ହେବ। ଏ ସଂପର୍କରେ ଜିଲ୍ଲା ଅବକାରୀ ଖବର ପାଇବା ପରେ ଘର ଉପରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲି ମଦ ସହ ଜଣେ ନିଶା ବେପାରୀଙ୍କୁ ଗିରଫ କରିଛି। ଭଦ୍ରକ ଜିଲ୍ଲା  ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ଟିମ ଭଦ୍ରକ ଜିଲ୍ଲା  ଆଗରପଡା ବଜ଼ାର ନିକଟରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଘର ଭିତରୁ ୨୭ଟି ବସ୍ତା ମିଳିଥିଲା । ବସ୍ତା ରେ ୧୩୫୦ ଲିଟର ଦେଶୀ ମହୁଲି ଜବତ କରିଛି । ଅଭିଯୁକ୍ତ ହେଉଛନ୍ତି ଆଗରପଡା ଥାନା ଅନ୍ତର୍ଗତ ବରହମପୁର ଗ୍ରାମର ନବକିଶୋର ବେହେରା। ଜବତ ମଦର ଆନୁମାନିକ ମୂଲ୍ୟ  ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

Related Posts

About The Author

Add Comment