୧୨ ହଜାର ଟଙ୍କାରେ ଶିଶୁ କନ୍ୟାକୁ ଜନ୍ମକଲା ବାପା : ଶିଶୁକନ୍ୟା ବିକ୍ରି ଅଭିଯୋଗରେ ଅଙ୍ଗନବାଡ଼ି କର୍ମୀଙ୍କ ସମେତ ୫ଜଣଙ୍କୁ ଗିରଫ କଲା ପୋଲିସ୍

Spread the love

ଯାଜପୁର ସଦର, ୩୦ା୦୧: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଧର୍ମଶାଳା ଥାନା ନିକଟସ୍ଥ ଏକ ନବଜାତ ଶିଶୁକନ୍ୟାକୁ ୧୨ ହଜାର ଟଙ୍କାର ଜନ୍ମକଲା ବାପା ବିକି୍ର କରି ଦେଇଥିବା ଧର୍ମଶଳା ଥାନାରେ ଅଭିଯୋଗ କରାଯିବା ପରେ ଶୁଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଏବଂ ତାଙ୍କର ଏକ ଟିମ ଘଟଣା ସ୍ଥଳରେ ପହଁଞ୍ଚô ତଦନ୍ତ କରି ମା କୋଳକୁ ଶୁଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ କର ଫେରାଇଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, କୋତପୁର ପଂଚାୟତ ସାନରାପଡ଼ା ଗ୍ରାମରେ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ କର ପହଁଞ୍ଚô ତଦନ୍ତ କରି ଏହି ଶିଶୁ କନ୍ୟାକୁ ପୋଲିସ ଉପସ୍ଥିତିରେ ଝୀଅର ମାକୁ ଫେରାଇ ଦେଇଥିବା ଦେଖିବାକୁ ମିଳିଚ । ଏଠାରେ ସୂଚନା ଯୋଗ୍ୟ ଯେ, ଶିଶୁ କନ୍ୟାର ବାପା ନଟ ବେହେରାଙ୍କ ସୂଚନା ପାଇ ଶନିବାର ରାତି ୮ଟା ୨୫ମିନିଟରେ ସ୍ଥାନୀୟ ଅଞ୍ଚଳର ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ । ଶିଶୁ ସୁରକ୍ଷା ଅଧିକାୀ ଘଟଣା ସ୍ଥଳରେ ଉପସ୍ଥିତ ରହି କୋତପୁର ପଂଚାୟତ ସାନରାପଡ଼ା ଗ୍ରାମର ରାମଚନ୍ଦ୍ର ବେହେରାଙ୍କ କନ୍ୟା କାଞ୍ଚନ ବେହେରା ବରୀର ଏକ ଗ୍ରାମରେ ୨୦ ବର୍ଷ ତଳେ ନଟ ବେହେରାକୁ ବିବାହ କରିଥିଲେ । ନଟ ଏବଂ ତାଙ୍କ ସ୍ତ୍ରୀ ଶ୍ୱଶୁର ଘର ସାନରାପଡ଼ାରେ ୨ବର୍ଷ ହେବ ରହୁଥିବା ବେଳେ, ନଟର ଗୋଟିଏ ପୁଅ ଏବଂ ଗୋଟିଏ ଝୀଅ ଥିବା ବେଳେ, କାଞ୍ଚନ ଧର୍ମଶାଳା ଗୋଷ୍ଠୀସ୍ୱାସ୍ଥ୍ୟରେ ୨୭ ତାରିଖରେ ଏକ କନ୍ୟା ସନ୍ତାନକୁ ଜନ୍ମଦେଇଥିଲେ । ୨୮ ତାରିଖ ଦିନ ଧର୍ମଶାଳା ମେଡିକାଲ କର୍ତ୍ତୁପକ୍ଷ ଡିସଚାର୍ଜ କରିଥିବା ବେଳେ, ଶିଶୁ କନ୍ୟାକୁ ସାଙ୍ଗରେ ନେଇ ନଟ ଧର୍ମଶାଳା ମେଡିକାଲରୁ ଜାରକା ନିକଟସ୍ଥ ଗୋକର୍ଣ୍ଣେଶ୍ୱର ମନ୍ଦିରକୁ ଯାଇଥିବେ ବେଳେ, ଏହି ନବଜାତ ଶିଶୁକନ୍ୟାକୁ କେନ୍ଦ୍ରାପଡ଼ାର ଏକ ଗ୍ରାମର ଜୈନିକ ବ୍ୟକ୍ତିଙ୍କୁ ୧୨ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଗଣମାଧ୍ୟର ପ୍ରତିନିଧି ମାନେ ଏବଂ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ମାଧ୍ୟମରେ ଶିଶୁ ସୁରକ୍ଷା ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ । ଯୋଗାଯୋଗ ପରେ ଶ୍ରୀ କର ସାନରାପଡ଼ାରେ ପହଁଞ୍ଚô ଝୀଅକୁ ବିକି୍ର କରିଥିବା ତାଙ୍କ ବାପା ନଟକୁ ପଚରା ଉଚରା କରାଯିବାରୁ ଝୀଅକୁ ବିକ୍ରି କରିଥିବା ନଟ ଶିଶୁ ଅଧିକାରୀଙ୍କ ପାଖରେ ମାନିଥିଲା । ନଟଙ୍କ ଶ୍ୱଶୁର କାଞ୍ଚନର ବାପା ସୂଚନା ଦେଇଛନ୍ତି । ମୋ ନାତୁଣୀକୁ ୧୨ ହଜାର ଟଙ୍କା ଖୁସିରେ ନେଇଥିବା ବ୍ୟକ୍ତି ଦେଇଛନ୍ତି ବୋଲି ନଟର ଶ୍ୱଶୁର ସୂଚନା ଦେଇଥିଲେ । ଶିଶୁଟି ଶିଶୁ ସୁରକ୍ଷା ହେଫାଜତରେ ରହିଥିବା ଜଣାଯାଇଚି । ଏସମ୍ପର୍କରେ ତଦନ୍ତ କରାଯିବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଶିଶୁ ବିକ୍ରି ଘଟଣାକୁ ନେଇ ଅଙ୍ଗନୱାଡି କର୍ମୀ ସହ ୫ଜଣକୁ ଗିରଫ କରାଯାଇଚି ବୋଲି ସୂଚନା ମିଳିଚି ।

ଧର୍ମଶାଳା ଥାନା ଅଚଂଳରେ ଶିଶୁକନ୍ୟା ବିକ୍ରି ଅଭିଯୋଗରେ ଆଜି ଅଙ୍ଗନବାଡ଼ି କର୍ମୀଙ୍କ ସମେତ ୫ଜଣଙ୍କୁ ଗିରଫ କଲା ପୋଲିସ୍ ।

ବିକ୍ରି କରିଥିବା ଦମ୍ପତି ଓ  କିଣିଥିବା ଦମ୍ପତିଙ୍କ ସହ ମଧ୍ୟସ୍ତି ଅଙ୍ଗନବାଡ଼ି କର୍ମୀ ଗିରଫ ହୋଇଛନ୍ତି । ସୁଚନା ଅନୁସାରେ ଗତ ୨୮ ତାରିଖରେ ଧର୍ମଶାଳା ଥାନା ଅଚଂଳରେ ମହାକାଳପଡ଼ାର ଜଣେ ବ୍ୟକ୍ତିଙ୍କୁ ୧୨ ହଜାରରେ ଗୋଟିଏ ଶିଶୂକନ୍ୟା ବିକ୍ରି ଅଭିଯୋଗ ହୋଇଥିଲା ।

Related Posts

About The Author

Add Comment