କବାଟବନ୍ଧ, ୨୩/୦୧ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) : ଭାରତବର୍ଷ ସ୍ୱାଧୀନତା ଆନ୍ଦୋଳନରେ ଆପୋଷହୀନ ଧାରାର ମହାନ ଅଭିବ୍ୟକ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୩ ତମ ଜୟନ୍ତୀ ଏ ଆଇଡ଼ି, ଏ ସ୍, ଓ ,ଏବଂ ଏ ଆଇ,ଡ଼ି, ୱାଇ,ଓ,କବାଟବନ୍ଧ ଶ୍ରୀ ପବିତ୍ର କୁମାର ସାହୁ ଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି ।ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବୃଦ୍ଧଦେଵ ପ୍ରଧାନ ଏବଂ ମୁଖ୍ୟ ବକ୍ତା ଭାବେ ଡ଼ି, ଅସ୍, ଓ,ରାଜ୍ୟ କମିଟି ସଦସ୍ୟ ମଧୁମତି ସାହୁ ଯୋଗ ଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସଂଗ୍ରାମୀ ଜୀବନ ଓ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ଛାତ୍ର ଛାତ୍ରୀ ତଥା ଯୁବ ସମାଜ ନେତାଜୀଙ୍କ ଆଦର୍ଶ ରେ ଅନୁପ୍ରାଣୀତରେ ହେବାକୁ ଆହ୍ୱାନ ଦେଇଥିଲେ ।ସଭା ଶେଷରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସର୍ବଶ୍ରୀ ନାରାୟଣ ପରିଡ଼ା, ମନୋଜ ସେଠି, ମନୋଜ ଭଞ୍ଜ, ସନ୍ତୋଷ ଲେଙ୍କା, ରୋହିତ ଦାସ, ପ୍ରଶାନ୍ତ ମଳିକ, ପ୍ରମୁଖଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଟିକୁ ସକ୍ରିୟ ସହଯୋଗ କରିଥିଲେ।
୧୨୩ ତମ ନେତାଜୀ ଜୟନ୍ତୀ ପାଳିତ
|
January 23, 2020 |



