ଭୁବନେଶ୍ୱର,୧୧/୫ (ସନ୍ଧାନ ନିୟୁଜ): ବାତ୍ୟା ‘ଫନୀ’ ସ୍ଥିତି ସମୀକ୍ଷା କରିବା ଲାଗି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜ। ଆସନ୍ତା ୧୨ ତାରିଖରେ ସେ ଓଡ଼ିଶା ଆସି ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ଙ୍କ ସହ ବିଶେଷ ଭାବେ ବାତ୍ୟା ପ୍ରଭାବିତ ଜିଲାଗୁଡ଼ିକ ପରିଦର୍ଶନ କରିବେ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କୁ ଚିଠି ଯୋଗେ ଅବଗତ କରାଯାଇଛି। ଅତିରିକ୍ତ ସଚିବ ଭରଦ୍ୱାଜ ୧୨ରେ ପହଞ୍ଚିବା ପରେ ୧୩ ରୁ ୧୫ ତାରିଖ ମଧ୍ୟରେ ଜିଲାଗୁଡ଼ିକ ବୁଲି ସ୍ଥିତି ସମୀକ୍ଷା କରିବା ସହ କ୍ଷୟକ୍ଷତିର ଆକଳନ କରିବେ ବୋଲି ଜଣାପଡ଼ିଛି।





