୧୨ରୁ ଖୋଲିବ ଆନନ୍ଦ ବଜାର, ୨ରେ ପତର ପକାଇ ଅବଢା ଖାଇବେ ଭକ୍ତ

Spread the love

ପୁରୀ, 11.02.2021(ସନ୍ଧାନ ନିଉଜ୍):-  ଭକ୍ତଙ୍କ ପାଇଁ ବଡ ଖବର। ଏବେ ସବୁଦିନ ଖୋଲା ରହିବ ପୁରୀ ଶ୍ରମନ୍ଦିର। ଶ୍ରୀଜିଉଙ୍କ ଦର୍ଶନ ପାଇଁ କଟକଣାରେ କୋହଳ କରାଯାଇଛି। କରୋନା ପୂର୍ବରୁ ମହାବାହୁ ଯେମିତି ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିଲେ ଏବେ ସେମିତି ଏବେ ଦର୍ଶନ ଦେବେ। ଏ ନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ବୁଧବାର ସୂଚନା ଦେଇଛନ୍ତି ସୂଚନା ଅନୁଯାୟୀ ଏଣିକି ରବିବାର ମଧ୍ୟ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ଅର୍ଥାତ ସପ୍ତାହର ସାତ ଦିନ ମହାପ୍ରଭୁଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରି ପାରିବେ। ସବୁଠୁ ବଡ କଥା ଫେବୃଆରୀ ୧୨ ତାରିଖରୁ ଆନନ୍ଦ ବଜାର ମଧ୍ୟ ଖୋଲିବ। ମାର୍ଚ୍ଚ ୨ରୁ ଭକ୍ତ ପୂର୍ବଭଳି ମହାପ୍ରସାଦ ବା ଅବଢା ସେବନ କରି ପାରିବେ।  ସକାଳୁ ୬ଟାରୁ ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ଆରମ୍ଭ ହେବ। କେବଳ ପୁରୀବାସୀ ନୁହେଁ ସମସ୍ତ ଭକ୍ତ ଚକା ଆଖିକୁ ଦର୍ଶନ କରି ପାରିବେ। ଆଜି ଅନୁଷ୍ଠିତ ବୈଠକରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, ଛେପ ପକାଇଲେ ୧ ହଜାର ତଣ୍ଡ ଗଣିବେ ଭକ୍ତ। ଏହା ଧରିବାକୁ ସ୍ପେଶାଲ ସ୍କ୍ଵାଡ୍ ରହିବ। ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ ରକିବାକୁ ପଦକ୍ଷେପ ନିଆଯିବ। ଏପରିକି ସପ୍ତାହକୁ ତିନି ଦିନ ରାତ୍ରି ସମୟରେ ମନ୍ଦିର ପରିସର ସାନିଟାଇଜ୍ କରାଯିବ। ଏହା ପୂର୍ବରୁ ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା।

Related Posts

About The Author

Add Comment