ଯାଜପୁର, ୦୫/୦୮/୨୦୨୧ (ସନ୍ଧାନ ନିଉଜ) : ୧୦ ହଜାର ଟଙ୍କା ନେଉଥିବା ବେଳେ, ଯାଜପୁର ଜିଲ୍ଲାରେ ଲାଞ୍ଚ ନେଉଥିବା ଅଭିଯୋଗରେ ଯାଜପୁର ଡ୍ରେନେଜ ଡିଭିଜନର ଅଧ୍ୟକ୍ଷତା ଯନ୍ତ୍ରୀ ଚଣ୍ଡିପ୍ରଶାଦ ମହାପାତ୍ର କଟକ ଭିଜିଲାନ୍ସ ହାତରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, କଟକ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହେବା ଘଟଣା ଯାଜପୁର ଜିଲ୍ଲାରେ ଚହଳ ପକାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ବ୍ଲକ୍ ନିଟସ୍ଥ ବିଚିତ୍ରପୁର ପଂଚାୟତ ଅବଦଲପୁର ଗ୍ରାମର ଦେବାଶିଷ ପଣ୍ଡା ବୋଲେରୋ ଗାଡ଼ିିଟି ଡ୍ରେନେଜ ଡିଭିଜନ ବିଭାଗରେ ଭଡ଼ାରେ ଦିଆଯାଇଥିଲା । ଗତ ୩ମାସ ହେବ ବୋଲେରୋ ଗାଡ଼ିର ଭଡ଼ା ବାବଦକୁ ଟଙ୍କା ପାଇନଥିବାରୁ ଶ୍ରୀ ପଣ୍ଡା ଅଧ୍ୟକ୍ଷତା ଯନ୍ତ୍ରୀ ଶ୍ରୀ ମହାପାତ୍ରଙ୍କୁ ବାରମ୍ବାର ଟଙ୍କା ମାଗିଥିଲେ । ଶ୍ରୀ ମହାପାତ୍ର ୧୦ ଟଙ୍କା ଶ୍ରୀ ପଣ୍ଡା ଲାଞ୍ଚ ମାଗିଥିବା ବେଳେ, ତୁମର ବାକି ଥିବା ଭଡ଼ା ଦିଆଯିବ ବୋଲି ଶ୍ରୀ ମହାପାତ୍ର ଶ୍ରୀ ପଣ୍ଡାକୁ କହିଥିଲେ । ଏ ସମ୍ପର୍କରେ ଦେବାଶିଷ ପଣ୍ଡା କଟକ ଭିଜିଲାନ୍ସଙ୍କୁ ଜଣାଇବା ସହିତ ଯାଜପୁର ଭିଜିଲ୍ଲାନ୍ସଙ୍କୁ ସୂଚନା ଦେଇଥିଲେ । ଭିଜିଲାନ୍ସ ପକ୍ଷରୁ ଚଣ୍ଡିପ୍ରଶାଦ ମହାପାତ୍ରଙ୍କୁ ଦେବାଶିଷ ପଣ୍ଡା ଟଙ୍କା ଦେଉଥିବା ସମୟରେ ଯାଜପୁର କୁଆଁସପୁର ଗ୍ରାମରେ ଯନ୍ତ୍ରୀଙ୍କ ଅଫିସରେ ଟଙ୍କା ଦେଇଥିଲେ । ଟଙ୍କ ଦେଉଥିବା ବେଳେ, ଯାଜପୁର କଟକ ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟଳୟ ଉପରେ ଚଢ଼ାଉକରାଯାଇ ୧୦ ହଜାର ଟଙ୍କା ଜବତ କରିବା ସହିତ ଯନ୍ତ୍ରୀ ଚଣ୍ଡିପ୍ରଶାଦ ମହାପାତ୍ରଙ୍କୁ ଗିରଫ କରି ଯାଜପୁର ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲେ । ଅଫିସରେ ଥିବା ସମସ୍ତ କାଗଜପତ୍ରକୁ ଭିଜିଲାନ୍ସ ପକ୍ଷରୁ ଜାଞ୍ଚ କରାଯାଇଥିଲ । କଟକ ଭିଜିଲାନ୍ସ ଡିଏସ୍ପି ସୁରେନ୍ଦ୍ର ନାଥ ରାୟଗୁରୁ ଯାଜପୁର ଭିଜିଲାନ୍ସ ଡିଏସ୍ ସୁସୁଲ ଇକ୍ରା ଯାଜପୁର ଭିଜିଲାନ୍ସ ଇନ୍ସପେକ୍ଟର ଅନୁସୟା ସେନାପତି କଟକ ଭିଜିଲାନ୍ସ ବିଭାଗର ଅଫିସର ଜ୍ୟୋତିରଂଜନ ଚଢ଼ାଉ କରିବା ସହିତ ଶ୍ରୀ ମହାପାତ୍ରଙ୍କୁ ଗିରଫ କରିଥିଲେ । ଏନେଇ ଭିଜିଲାନ୍ସ ପକ୍ଷରୁ ଶ୍ରୀ ମହାପାତ୍ରଙ୍କ ଭୁବନେଶ୍ୱର ପଟିଆ ସ୍ଥିତ ବାସଭବନ ନିଜଘର ତ୍ରିତୋଲରେ ଚଢ଼ାଉ କରାଯାଇଥିବା ବେଳେ, ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଚଢ଼ାଉ ଜାରିରହିଚି ।
୧୦ ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ଯନ୍ତ୍ରୀ ଭିଜିଲାନ୍ସ ହାତରେ ବନ୍ଧା ହେଲେ
|
August 6, 2021 |


