୧୦ ହଜାରରୁ ଉର୍ଦ୍ଧ କର୍ମୀଙ୍କୁ ସହ ବଡ଼ଚଣା ବିଜେପି ପକ୍ଷରୁ ବ୍ଳକ୍ ଘେରାଉ

Spread the love

ଯାଜପୁର, ୯/୧୧ (ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲା ବଡ଼ଚଣା ବ୍ଳକ୍ ଠାରେ ବିଜେପି ପକ୍ଷରୁ ଏକ ବିଶାଳ ଗଣବିକ୍ଷୋଭ ଅନୁଷ୍ଟିତ ହୋଇଯାଇଛି । ବଡ଼ଚଣା ବ୍ଳକ୍ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା, ମହିଳା ଓ ଶିଶୁ ବିକାଶ ଯୋଜନାରେ ହେଉଥିବା ଚଞ୍ଚକତା, ବିଧବା, ବାର୍ଦ୍ଧକ୍ୟ ଓ ବିକଳାଙ୍ଗମାନଙ୍କୁ ଭତ୍ତା ପ୍ରଦାନ ନକରି ସଧବା, ଭେଣ୍ଡିଆ ଯୁବକ ଯୁବତୀମାନଙ୍କୁ ଭତ୍ତା ପ୍ରଦାନ କରିବା, ପାନୀୟ ଜଳ ପ୍ରକଳ୍ପ ଓ ଗୋପବନ୍ଧୁ ଗ୍ରାମ୍ୟ ଆଲୋକୀକରଣ ଯୋଜନାରେ ବ୍ୟାପକ ଦୁର୍ନିିତି ହେବା ସାଙ୍ଗକୁ ବ୍ଳକ୍ରେ ପିସି କାରବାର ବୃଦ୍ଧି ପାଉଥିବା ପ୍ରତିବାଦରେ ଶୁକ୍ରବାର ଦିନ ବଡ଼ଚଣା ବିଜେପି ପକ୍ଷରୁ ବ୍ଳକ୍ ଘେରାଉ ଓ ପ୍ରତିବାଦ ସଭା ଅନୁଷ୍ଟିତ ହୋଇଥିଲା । ଏହି ଘେରାଉ କାର୍ଯ୍ୟକ୍ରମରେ ୧୦ ହଜାରରୁ ଉର୍ଦ୍ଧ କର୍ମୀ ଓ ପଞ୍ଚାୟତ ସ୍ତରୀୟ ଛାମୁଆ ନେତା ଯୋଗ ଦେଇ ସିଧାସଳଖ ବିଜେଡ଼ି ଓ ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ପ୍ରଥମେ ଚଣ୍ଡିଖୋଲ ସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ସୁମନ୍ତ ସାମଲ, ରମେଶ ପୃଷ୍ଟି, ନୃସିଂହ ଓତା, ସେକ୍ କରିମ୍ ହୁସେନ୍ , ତସିବ ଇକବାଲ, ସେକ୍ ମୁସୋ , ଅସିମୁଦ୍ଧିନ୍ ଖାଁ, ହରିଶଙ୍କର ପଣ୍ଡା, ବିନୋଦ ଜେନା, ଲିପୁନା ସାମଲ, ବିକାଶ ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ କର୍ମୀମାନେ ବ୍ଲକ୍ କାର୍ଯ୍ୟାଳୟକୁ ଯିବା ପରେ ସେଠାରେ ପ୍ରତିବାଦ ସଭା ଓ ବିକ୍ଷୋଭ ପଦର୍ଶନ କରିଥିଲେ । ଯାଜପୁର ଜିଲା ବିଜେପି ଉପସଭାପତି ଜ୍ଞାନରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ପ୍ରତିବାଦ ସଭାରେ ଭାଜପା ରାଜ୍ୟ ମୁଖପାତ୍ର ଅମର ନାୟକ ଯୋଗ ଦେଇ ସିଧାସଳଖ ସ୍ଥାନୀୟ ପ୍ରଶାସନକୁ ଦୁର୍ନିତି , ଭ୍ରଷ୍ଟାଚାର , ପ୍ରୀୟାପ୍ରୀତି ତୋଷଣ ଓ ପିସି କାରବାରରେ ଦୂରେଇ ରହିବା ପାଇଁ ଚେତାବନୀ ଦେବା ସାଙ୍ଗକୁ ଆଉ ଦଳୀୟ ଶାସକ ଦଳ ଇଙ୍ଗିତରେ ଗରିବ ଓ ସାଧାରଣ ଲୋକଙ୍କୁ ହଇରାଣ ହରକତ୍ କରିବାରୁ ନିବୃତ ରହିବା ପାଇଁ ଚେତେଇ ଦେଇଥିଲେ । ଜିଲା ସଭାପତି ଗୌତମ ରାୟ ଯୋଗଦେଇ ବଡ଼ଚଣାର ବର୍ତ୍ତମାନର ବିଧାୟକ ବାଦାମ ବିହନ ଦୁର୍ନିତିରେ ଛନ୍ଦି ହୋଇ ୨୦୦୪ ମସିହାରେ ମନ୍ତ୍ରୀ ପଦ ହରାଇବା ସହ ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ । ସେହିଭଳି ଡ଼ାଲି ଚୋରୀ ଅଭିଯୋଗରେ ବିଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ମନ୍ତ୍ରୀ ପଦ ହରାଇଥିବା ବେଳେ ନବୀନ ପଟ୍ଟନାୟକ ତାଙ୍କୁ କେଉଁ ଆଧାରରେ ଶ୍ରେଷ୍ଟ ବିଧାୟକ ପ୍ରଦାନ କରିଥିଲେ ବୋଲି ସିଧାସଳଖ ବିଜେଡ଼ି ଦଳକୁ ଟାର୍ଗେଟ କରିଥିଲେ ।

ବିଜୁ ଯୁବବାହିନୀ ଗଠନରେ ତଫସିଲଭୁକ୍ତ ଜାତି, ଜନଜାତି ଓ ଦଳିତ ଯୁବକ ଯୁବତୀମାନଙ୍କୁ ସାମିଲ ନକରି ଦଳୀୟ ଭିତିରେ ଯୁବ ବିଜୁବାହୀନୀ ଗଠନ, ସ୍ୱୟଂସହାୟକ ଗୋଷ୍ଠୀ ମଧ୍ୟରେ ବିଭେଦ ସୃଷ୍ଟି କରି କର୍ମୀମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ବିନିଯୋଗ କରିବା ନେଇ ବିଜୁ ଜନତା ଦଳ ଶାସନ ବିରୋଧରେ ଗର୍ଜନ କରିଥିଲେ । ଏଥିରେ ଯାଜପୁର ଜିଲା ମହିଳା ଉପ ସଭାନେତ୍ରୀ ଦେବଯାନୀ ପ୍ରଧାନ,ପ୍ରାକ୍ତନ ବ୍ଳକ୍ ଅଧ୍ୟକ୍ଷ ନିରଞ୍ଜନ ସାହୁ, ଶୁକ୍ରମଣୀ ପୂର୍ତ୍ତୀ, ପ୍ରାକ୍ତନ ବ୍ଳକ୍ ଉପାଧ୍ୟକ୍ଷ ବିଚିତ୍ରା ନନ୍ଦ ମହାପାତ୍ର, ଅଶୋକ ସାମଲ, ସାରଦା ରାଉତ, ପାଣ୍ଡବ ଧଳ, ପ୍ରଦୀପ ଜେନା, ପ୍ରଦୀପ ସାମଲ, ଶୁକ୍ରମଣୀ ପୂର୍ତ୍ତୀ, ସୁମନ୍ତ ସାମଲ, ବେଣୁଧର ବିଶ୍ୱାଳ, ପୂର୍ଣ୍ଣିମା ମିଶ୍ର, ପ୍ରୀତମ ନାୟକ, ଧୂଳେଶ୍ୱର ଦାସ, ସ୍ନେହାଶିଷ ଚକ୍ରବତ୍ତୀ ପ୍ରମୁଖ ଯୋଗଦେଇ ବଡ଼ଚଣା ବିଧାୟକଙ୍କ ଇଙ୍ଗିତରେ ବଡ଼ଚଣା ବ୍ଳକ୍ ପ୍ରଶାସନ ଚଳାଇ ଆସୁଥିବା ଦୁର୍ନିତୀ, ଭ୍ରଷ୍ଟାଚାର ଓ ବ୍ୟାପକ ଅନିୟମିତତାକୁ ସମାଲୋଚନା କରିଥିଲେ । ଘେରାଉ ଓ ପ୍ରତିବାଦ ସଭା ପରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଲିଖିତ ୧୦ ଦଫା ସମ୍ବଳିତ ଏକ ଦାବୀ ପତ୍ର ବିଡ଼ିଓ ଅଜିତ ନାରାୟଣ ଗିରିଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ସୋଲର ସରପଞ୍ଚ ନୀଳମଣୀ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ ।

Related Posts

About The Author

Add Comment