ବୁଗୁଡା ୨୦/୧୨ (ସନ୍ଧାନ ନିଉଜ) ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ମତାଝରି ଗ୍ରାମରେ ଧାନଗଦା ଓ କରସିଙ୍ଗି ଗ୍ରାମାରେ ପାଳଗଦାରେ ଡିସେମ୍ବର ୨୦ ତାରିଖ ଦିନ ଅଗ୍ନିକାଣ୍ଡ ଘଟି ପୋଡ଼ି ଯାଇଥିବା ବେଳେ ବୁଗୁଡା ଅଗ୍ନିଶମ ବିଭାଗ କର୍ମଚାରୀ ବୃନ୍ଦ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡିଛି। ମତାଝରି ଗ୍ରାମରେ ତ୍ରିଲୋଚନ ସେନାପତିଙ୍କ ୧୦ ଭରଣ ଜମିର ଧାନ ଗଦାରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ପୋଡି ଯାଇଥିବା ବେଳେ ବୁଗୁଡା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସେହିପରି କରସିଙ୍ଗି ଗୁଡିସାହିର ବିଶ୍ୱନାଥ ନାୟକଙ୍କ ୭ ଭରଣ ଜମିର ପାଳଗଦାରେ ଅଗ୍ନିକାଣ୍ଡ ଘଟି ପୋଡି ଯାଇଥିବା ବେଳେ ବୁଗୁଡା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଦୁଇଟି ଅଗ୍ନିକାଣ୍ଡ ଘଟଣା ଖବର ମିଳିବା ପରେ ସନ୍ତୋଷ କୁମାର ପରିଡାଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗ କର୍ମଚାରୀ ବୃନ୍ଦ ପହଞ୍ଚି ନିଆଁ ଲିଭାଇଥିଲେ।
୧୦ ଭରଣ ଜମିର ଧାନଗଦା ଓ ୭ ଭରଣ ଜମିର ପାଳଗଦାରେ ଅଗ୍ନିକାଣ୍ଡ
|
December 21, 2020 |


