୧୦ ଟି ଚୋରି ମଟର ସାଇକେଲ ଉଦ୍ଧାର, ୩ ଗିରଫ

Spread the love
ବରପାଲି   :  ୧୮/୭/୨୬ (ସନ୍ଧାନ ନ୍ୟୁଜ) ବରପାଲି ପୋଲିସ ଦ୍ୱାରା ୧୦ଟି ଚୋରା ମୋଟରସାଇକେଲ ଉଦ୍ଧାର କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ତେଜଙ୍ଗ ଗ୍ରାମର ନାମୁ ଜୁଆଡି (୩୨) ଙ୍କ HE Deluxe ମୋଟର ସାଇକେଲ ଗତ ଜୁଲାଇ ୧୨ ତାରିଖ ରାତିରେ ବରପାଲି ସ୍ଥିତ ତାଙ୍କ ଶ୍ୱଶୁର ଘର ସମ୍ମୁଖରୁ ଚୋରି ହୋଇଥିଲା । ଏନେଇ ଜୁଲାଇ ୧୪ ତାରିଖରେ ବରପାଲି ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ମୋବାଇଲ ଅଫେଣ୍ଡର ଟିମ୍ ୩ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୧୦ଟି ମୋଟର ସାଇକେଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବିକି ସେଠ (୨୫), ନିତାଇ ସେଠ (୨୫), ଡାବଲୁ ନିଆଲ (୨୫) ବରପାଲି । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲଣା କରି ଏକ ମାମଲାର ତଦନ୍ତ ଥାନା କେସ୍ ନଂ ୩୦୧/୨୦୨୬, ତା. ୧୪.୦୭.୨୬ (ଧାରା ୩୦୩(୨) ଜାରି କରାଯାଇଛି । ବଗତ ଦିନରେ ବରପାଲି ପୋଲିସ ଦ୍ୱାରା ବଡ଼ ସଫଳତା ମାନ ଦେଖିବାକୁ ମିଳିଛି । ଖବ୍ କମ୍ ସମୟରେ ଉଚିତ୍ ପଦକ୍ଷେପ ନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବାରୁ ବୁଦ୍ଧିଜିବି ମହଳରେ ପ୍ରଂଶସାର ସୂଅ ଛୁଟୁଛି ।

Related Posts

About The Author

Add Comment