ସୁନ୍ଦରଗଡ଼, ୧୮/୦୩ (ସନ୍ଧାନ ନିଉଜ) ୧୦୯ କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ ହେଲେ ପୂର୍ବତନ ଆଇଏଏସ୍ ଅଧିକାରୀ ସ୍ୱର୍ଗତ ଭିଲନସ କିଣ୍ଡୋଙ୍କ ପୁଅ । ସୁନ୍ଦରଗଡ଼ ତଳସରା ଥାନା ଲୁଲୁଡିହାରୁ ଦୀପକ କିଣ୍ଡୋଙ୍କୁ ଗିରଫ କରିଛି ଇଓଡବ୍ଲୁ । ସମ୍ବନ୍ଧ ଫାଇନାନ୍ସର ପରିଚାଳନା ନିର୍ଦ୍ଦେଶକ ଦୀପକ କିଣ୍ଡୋ ଦୀର୍ଘ ଦିନ ଧରି ଫେରାର ଥିଲା । ତା ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଥିଲା । ପୂର୍ବରୁ ଇଓଡବ୍ଲୁ ଦୀପକଙ୍କ ପତ୍ନୀ ଅମୃତା କୁମାରୀଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସୁଦ୍ଧା ଏହା ୩୮୯ କୋଟି ଟଙ୍କାର ସ୍କାମ୍ ବୋଲି ଜଣାପଡ଼ିଛି । ହେଲେ ଏଯାଏଁ ୧୦୯ କୋଟି ଟଙ୍କା ବୋଲି ରେଜିଷ୍ଟ୍ରେସନ୍ ହୋଇଛି ।
୧୦୯ କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ ହେଲେ ପୂର୍ବତନ ଆଇଏଏସ୍ ଅଧିକାରୀ ସ୍ୱର୍ଗତ ଭିଲନସ କିଣ୍ଡୋଙ୍କ ପୁଅ
|
March 18, 2022 |
