କେନ୍ଦୁଝର,୫/୪ (ସନ୍ଧାନ ନିୟୁଜ) କେନ୍ଦୁଝର ଭିଜିଲାନ୍ସର ବଡ ସଫଳତା, ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସରକାରୀ ଅଧିକାରୀ । ଖବର ଅନୁଯାୟୀ ଆଜି କେନ୍ଦୁଝର ଟାଉନ ପ୍ଲାନିଂ କାର୍ଯ୍ୟାଳୟର ଅମିନ ଅନ୍ତର୍ଯ୍ୟାମୀ ଦାସ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା କାରଣରୁ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । କେନ୍ଦୁଝର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପାଖରୁ ଘରର ପ୍ଲାନ ଅନୁମୋଦନ କରିବା ପାଇଁ ଲାଞ୍ଚ ନେଉଥିବା ଅବସ୍ଥାରେ ଭିଜିଲାନ୍ସ ହାତରେ ଧରା ପଡିଥିଲେ । କୌଣସି ସୂତ୍ରରୁ ଖବର ପାଇ କେନ୍ଦୁଝର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକାସଙ୍ଗେ କାର୍ଯ୍ୟାଳୟ ଓ ବାସ ଭବନରେ ଚଢାଉ କରାଯାଇଥିଲା । ଆଜକୁ ଦୀର୍ଘଦିନ ହେବ ଅନ୍ତର୍ଯ୍ୟାମୀଙ୍କ ନାମରେ ଅନେକଥର ଟଙ୍କା ନେଉଥିବା ଅଭିଯୋଗ ହେଇ ଆସୁଥିଲା । ଅଭିଯୋଗକୁ ଭିତ୍ତି କରି ଆଜି ଭିଜିଲାନ୍ସ ବିଭାଗ ଭିନ୍ନ କୌଶଳ କ୍ରମେ ଟଙ୍କା ନେଉଥିବା ଅବସ୍ଥାରେ ଧରିବାକୁ ସଫଳ ହୋଇଛି ।
୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ପ୍ଲାନିଂ ଅଫିସର ଅମିନ
|
April 5, 2019 |



