ଭଦ୍ରକ, ୨୯/୦୪/୨୦ (ସନ୍ଧାନ ନିଉଜ) : କରୋନା ଭୁତାଣୁ ଭୟ ତା ପରେ ପୁଣି ଲକ ଡାଉନ, ସଟଡାଉନ ଲୋକେ ଘରୁ ପଦାକୁ ବାହାରିପାରୁ ନ ଥିବା ବେଳେ ଏହି ସମୟରେ କିଛି ଦୁର୍ବୃତ୍ତ ଏକ ଅଭିନବ ଉପାୟରେ ଜଳସମ୍ପଦ ବିଭାଗର ଏକ କୋଠାକୁ ରାତା ରାତି ଭାଙ୍ଗି ମାଟିରେ ମିଶାଇ ୧୦ଲକ୍ଷ ଟଙ୍କାର ସମ୍ପତି ଲୁଟ କରି ନେଇଛନ୍ତି । ପ୍ରାପ୍ତ ଖବରରୁ ଜଣାଯାଇଛି କଇଥଖୋଲା ଜଳସମ୍ପଦ ବିଭାଗ ଅଧିନରେ ଦୋସିଙ୍ଗା ପଂଚାୟତରେ ଥିବା କାଳନାଳୀ ଘାଟ ନିକଟରେ ୨୦୦୦ ମସିହାରେ ଜଳ ସମ୍ପଦ ବିଭାଗ ତରଫରୁ ୧୫ଲକ୍ଷ ଟଙ୍କାରେ ଏକ ପକ୍କା ଗୃହ ନିର୍ମାଣ ହୋଇଥିଲା । ଗତକାଲି ରାତିରେ ଦୋସିଙ୍ଗା ପଂଚାୟତର ଜଣେ ଦୁବୁର୍ତ ଏହି କୋଠା ଟିକୁ ସଂପୂର୍ଣ ଭାବରେ ଭାଙ୍ଗି ମାଟିରେ ମିଶାଇବା ସହ କୋଠାରେ ଥିବା ୧୦ଲକ୍ଷ ଟଙ୍କାର ସମ୍ପତି ଲୁଟ କରିନେଇଛନ୍ତି । ଏହି ଖବର ପାଇବା ପରେ କଇଥଖୋଲା ଠାରେ ଅବସ୍ଥାପିତ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଏବଂ ଉପଖଣ୍ଡ ଅଧିକାରୀ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଆମ ପାଖରେ ଘରଟିକୁ ଭାଙ୍ଗି ମାଟିରେ ମିଶାଇବା ଖବର ସହ ଘର ମଧ୍ୟରେ ଥିବା ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତିକୁ ଜଣେ ସଂପୂର୍ଣ ବୋହି ନେଇଛନ୍ତି । ଲକ ଡାଉନ ଥିବାରୁ ଆମ୍ଭେ ଯାଇ ପାରୁନାହୁଁ ,ଆମ୍ଭେ ଏ ବିଷୟରେ ଭଦକ ଏସପିଙ୍କୁ ଅବଗତ କରାଇଛୁ । ଆସନ୍ତା ୩ ତାରିଖ ଲକଡାଉନ ଉଠିବା ପରେ ଆମ୍ଭେ ଘଟଣା ସ୍ଥଳକୁ ଯାଇ ଧାମରା ଥାନାରେ ଲିଖିତ ଅଭିଯୋଗ କରିବୁ ।
୧୦ଲକ୍ଷ ଟଙ୍କାର ସମ୍ପତି ଲୁଟିଲେ ଦୁର୍ବୃତ୍ତ
|
April 29, 2020 |