ଚଣ୍ଡିଖୋଲ, ୦୩/୦୭ (ସନ୍ଧାନ ନିୟୁଜ) ବଡଚଣା ବ୍ଲକ କୁନ୍ଦଳ ପଂଚାୟତରେ ବିଭିନ୍ନ କାର୍ଯ୍ୟରେ ସରକାରୀ ଖର୍ଚ୍ଚ କରାଯାଇଛି । ମାତ୍ର ସେହିଭଳି କୌଣସି ଉନ୍ନତି ହୋଇନାହିଁ । ଲକ୍ଷାଧିକ ଟଙ୍କାରେ ହୋଇଥିବା ରାସ୍ତା ନଥିବା ବେଳେ ରାସ୍ତାଗୁଡିକ ଅବସ୍ଥା ବର୍ଷେ ନ ପୁରୁଣ ଶୋଚନୀୟ ହୋଇପଡିଛି । କୁନ୍ଦଳ ପଂଚାୟତ ପକ୍ଷରୁ ଗତ ବର୍ଷ ୧୦ଲକ୍ଷ ଟଙ୍କା ବ୍ୟାୟରେ ବେଲଗଣ୍ଡ ରାସ୍ତା ନିର୍ମାଣ କରାଯାଇଛି । ଏହି ରାସ୍ତାଟି ଦୀର୍ଘ ୧କି.ମି ଦୋବଣ୍ଡିଆରୁ କୁଳହରିପୁରର ନଦୀବନ୍ଦକୁ ସଂଯୋଗ କରିବାକୁ ରାସ୍ତାଟି ଉପରେ ୧୦ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର କରାଯାଇଥିଲା । ରାସ୍ତାଟି ଉପରେ ପଂଚାୟତ ୨ଟି ପଂଚାୟତର ସମେତ ପାଖଆଖ ଗ୍ରାମର ୫ହଜାରରୁ ଅଧିକ ଲୋକ ଯାତାୟତ ପାଇଁ ନିର୍ଭର କରିଥାନ୍ତି । ଏପରକି ବିଦ୍ୟାଳୟ ଏବଂ ମହାବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଏହି ରାସ୍ତାଦେଇ ଯିବାଆସିବା କରିଥାନ୍ତି । ମାତ୍ର ରାସ୍ତାଟିରେ ଏତେ ଟଙ୍କା ମଞ୍ଜୁର କରାଯାଇଥିଲେ ସୁଧା ରାସ୍ତାଟି ସମ୍ପୁର୍ଣ୍ଣ ହୋଇପାରିନାହିଁ । ଏପରକି ଆରମ୍ଭରୁ ୧୦୦ମିଟର ଏବଂ ମଝିରେ ଏବଂ ଶେଷରେ ଆଉ ଅଧିକ ୨୦୦ମିଟର କଙ୍କ୍ରିଟ କରାଯାଇଛି । ତାହା ପରେ ଯେଉଁ ମାଟି ଗୋଡି ରାସ୍ତାକୁ ସେହି ମାଟିରାସ୍ତା ରହିଛି । ରାସ୍ତାଟି ଏଭଳି ଅବସ୍ଥାରେ ରହିଛି ସେଥିରେ ସମାନ୍ୟ ସାଇକେଲ କିମ୍ଭା ପାଦରେ ଚାଲି ଚାଲି ଯାଇହେବ ନାହିଁ । ରାସ୍ତା ଉପରେ ମଟରସାଇକେଲରେ ଯିଏବି ଯିବ ପଡି ଆହତ ହେବାର ଭୟ ରହିଛି । ତେବେ କେନ୍ଦ୍ରୀୟ ଏବଂ ରାଜ୍ୟ ଅର୍ଥ କମିଶନର ରାଜସ୍ୱ ଟଙ୍କାରେ ରାସ୍ତା କରାଯାଇଥିଲେ ସୁଧା ମାତ୍ର ସ୍ୱଳ୍ପ ରାସ୍ତା ହୋଇଥିବାରୁ ଗ୍ରମାବାସୀ ମାନେ ଉଦବେଗ ପ୍ରକାଶ କରିଛନ୍ତି । ଏହା ଉପରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା ଏବଂ ରାସ୍ତା ନଥିବା ସହିତ ରାସ୍ତାଟି କିଭଳି ଏବଂ କେଉଁ କାରଣରୁ ଭାଙ୍ଗିରୁଜି ଯାଇଛି ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହିତ ରାସ୍ତାକୁ ପୁର୍ଣ୍ଣାଙ୍ଗ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
୧୦ଲକ୍ଷ ଟଙ୍କାରେ ମାତ୍ର ୩୦୦ ମିଟରର ରାସ୍ତା, ବର୍ଷେ ନପୁରୁଣ ରାସ୍ତା ଭାଙ୍ଗିରୁଜି ଚୁରୁମାର, ରାସ୍ତାରେ ଏକାଧିକ ଫାଟ
|
July 3, 2022 |
