ୟୁକ୍ରେନ୍ ସଂଙ୍କଟ: ପୁଟିନଙ୍କ ସହିତ କଥା ହେଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ‘ବୁଝାମଣା’ କରିବାକୁ ଦେଲେ ଆହ୍ୱାନ୍‌

Spread the love
  •  
  •  
  •  
  •  
  •  
ନୂଆଦିଲ୍ଲୀ, @sandhannews.com

ପାଶ୍ଚାତ୍ୟ ତଥା ଅନ୍ୟ ଦେଶମାନଙ୍କ ଦ୍ୱାରା ଅନେକ ପ୍ରତିବନ୍ଧକ ସତ୍ତ୍ୱେ ଋଷ ଗୁରୁବାର ୟୁକ୍ରେନ ଉପରେ ଆକ୍ରମଣ କରିଛି। ଚାଇନୀଜ ଗଣମାଧ୍ୟମ ଅନୁଯାୟୀ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଟେଲିଫୋନ ଯୋଗେ ୟୁକ୍ରେନ ସଙ୍କଟ ଉପରେ ଆଲୋଚନା କରିଛନ୍ତି। ଖବର ଅନୁଯାୟୀ ଚୀନ୍ ରାଷ୍ଟ୍ରପତି ୟୁକ୍ରେନ ସହ ‘ବୁଝାମଣା’ କରିବାକୁ ଆହ୍ୱାନ୍ କରିଛନ୍ତି।

ଏହି ସମୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ନାଟୋ ଗୋଷ୍ଠିରେ ଥିବା ଶକ୍ତିଶାଳୀ ଦେଶ ଗୁଡ଼ିକ ତାଙ୍କ ଦେଶକୁ ଋଷ ବିରୁଦ୍ଧରେ ସାହାଯ୍ୟ କରିବାକୁ ଡରୁଛି। ତେବେ ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। 

ସେପଟେ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଳା କହିଛନ୍ତି ଯେ ୟୁକ୍ରେନରେ ରହୁଥିବା ୨୦,୦୦୦ ଭାରତୀୟଙ୍କ ମଧ୍ୟରୁ ୪,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ୟୁକ୍ରେନ୍‌ର ପଡୋଶୀ ହଲାଣ୍ଡ, ରୋମାନୀଆ, ହଙ୍ଗେରୀ, ସ୍ଲୋଭାକିଆ ରପବ୍ଲିକ୍ ଦେଶ ଦେଇ ଭାରତୀୟ ମାନଙ୍କୁ ଉଦ୍ଧାର କରିବାକୁ ଭାର ସରକାର ଚେଷ୍ଟା ଜାରି ରଖିଛନ୍ତି ।

Related Posts

About The Author

Add Comment