ହ୍ୱାଟ୍ସଆପ ଗ୍ରୁପରେ ହେଉଛି ମଦର କଳାବଜାରୀ !

Spread the love
ଅନୁଗୁଳ, ୨୦/୦୪/୨୦ (ସନ୍ଧାନ ନିଉଜ) : ତାଲାବନ୍ଦ ସମୟରେ ମଦଦୋକାନରେ ସିନା ତାଲା ପଡ଼ିଛି, ହେଲେ ମଦର କଳାବଜାରୀ କରିବା ପାଇଁ ଅଭିନବ ଉପାୟ ଆପଣାଇଛନ୍ତି ଅସାଧୁ ବ୍ୟବସାୟୀ । ୱାଟ୍ସଆପ୍ ଗ୍ରୁପ ଜରିଆରେ ଚାଲିଛି ମଦର ବ୍ୟାପକ ବେଆଇନ କାରବାର । ଏଭଳି ଅଭିଯୋଗ ଆସିଛି ଅନୁଗୁଳ ସହରରୁ । ହ୍ୱାଟ୍ସଆପ୍ ଗ୍ରୁପରେ ବିଦେଶୀ ମଦର ବିବରଣୀ ସହ ମୂଲ୍ୟ ଧାର୍ଯ୍ୟ କରା ଯାଉଛି ଏବଂ ଏଥିପାଇଁ ମନଇଚ୍ଛା ଦାମ କଷୁଛନ୍ତିି କଳା ବେପାରୀ  ଅନୁଗୁଳରେ ମଦର କଳା ବ୍ୟବସାୟକୁ ରୋକିବାରେ ଅବକାରୀ ବିଭାଗ ବିଫଳ ହୋଇଥିବା ବେଳେ ଭଂଜନଗରରୁ ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ବିଦେଶୀ ମଦ । ଚା’ ଦୋକାନରେ ଚା’ କେଟିଲରେ ମଦ ବିକ୍ରି ହେଉଥିବା ଖବର ପାଇବା ପରେ ପୋଲିସ ଆରମ୍ଭ କରିଥିଲା ଜୋରଦାର ଚଢାଉ । ପାଟ୍ରୋଲିଂ ବେଳେ ପୋଲିସ ହାତରେ ଧରାପଡିଥିଲା ମାଲ ବୋଝେଇ ଟ୍ରକ । ଟ୍ରକରୁ ୯୦୦ ପେଟି ବିଦେଶୀ ମଦ ଜବତ କରାଯାଇଛି ।

Related Posts

About The Author

Add Comment